ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ : ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ରାଜଧାନୀ ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ଭବ୍ୟ ପରେଡ ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ । ପରେଡରେ ୫୪ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଛନ୍ତି । ଯେଉଁଥିରେ ବିଭିନ୍ନ ୟନିଫର୍ମ ଟ୍ରୁପ, ସିଆରପିଏଫ୍‌, ଓଆଇଏସଏଫ୍‌ ଏବଂ ହୋମଗାର୍ଡ ସିଭିଲ ଡିଫେନ୍ସ ଭଳି କଣ୍ଟିନଜେଣ୍ଟ ସାମିଲ ହୋଇଛନ୍ତି ।

ଏହାସହ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ-କଲେଜ ଛାତ୍ରଛାତ୍ରୀ ମଧ୍ୟ ପରେଡରେ ସାମିଲ ହେବେ । ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଦେଖିବାକୁ ମିଳିଛି ୧୨ଟି ବିଭାଗର ପ୍ରଜ୍ଞାପନ ମେଢ । ବିଭିନ୍ନ ଜିଲାର ୫ଟି ଲୋକନୃତ୍ୟ ଓ ଲୋକକଳା ଗ୍ରୁପ୍‌ ବି ଅଂଶ ଗ୍ରହଣ କରିଛନ୍ତି । କୌଶଳ ପ୍ରଦର୍ଶନ କରିଛନ୍ତି ଡେୟାର ଡେଭିଲ୍‌ ସହ ସ୍କେଟିଂ ଗ୍ରୁପ୍‌ ।

Leave a comment