ସମ୍ବଲପୁର ଗସ୍ତରେ ଜି- ୨୦ ସେର୍ପା ଅମିତାଭ କାନ୍ତ
ନୀତି ଆୟୋଗର ପୂର୍ବତନ ସିଇଓ ତଥା ଭାରତର ଜି-୨୦ ସେର୍ପା ଅମିତାଭ କାନ୍ତ ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି। ସେ ସମ୍ବଲପୁରରେ ପହଞ୍ଚି ପ୍ରଥମେ ମା’ ସମଲେଇ ମନ୍ଦିର ଯାଇ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଛନ୍ତି। ଏହାପରେ ସେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSUT) ଓ ଆଇଆଇଏମ ସମ୍ବଲପୁର ପରିଦର୍ଶନ କରିଛନ୍ତି। ଶ୍ରୀ କାନ୍ତ ସମ୍ବଲପୁର ଜିଲ୍ଲାର ବିକାଶ ନେଇ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କ ସହ ଆଲୋଚନା କରିବେ। ସେ କୃତ୍ରିମ ବୁଦ୍ଧିମତା (AI) କ୍ଷେତ୍ରରେ ଭାରତର ଅଗ୍ରଗତି ଓ ଏହା ଜରିଆରେ ବିଭିନ୍ନ ସମସ୍ୟାର ସମାଧାନ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।
ସମ୍ବଲପୁର ଜିଲ୍ଲାର ବିକାଶ ପାଇ କଣ ଆବଶ୍ୟକ ରହିଛି । ପର୍ଯ୍ୟଟନ, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବିକାଶ ହେବ ସେନେଇ ଜିଲ୍ଲାପ୍ରଶାସନ ସହ ସମୀକ୍ଷା କରିବେ । ଏହା ବାଦ IIM ସମ୍ବଲପୁର ପହଚି ଛାତ୍ରଛାତ୍ରୀ ଓ ଅଧ୍ୟାପକ କୁ ଆଲୋଚନା କରି ଉଦବୋଧନ ଦେଵେ ।