ଓଡ଼ିଶା ଉପରେ ଏବେ ବିଜେପିର ଆଖି। ଆଉ ଦେଢ଼ ବର୍ଷ ରହିଲା ସାଧାରଣ ନିର୍ବାଚନ । ତା ପୂର୍ବରୁ ଦଳ ସଜାଡିବାକୁ ବିଜେପି ଏବେ ସଂଗଠନ ସଜାଡିବାକୁ ଲାଗିିଛି । ଓଡ଼ିଶା ପାଇଁ ନୂଆ ପ୍ରଭାରୀ ସୁନିଲ ବଂଶଲଙ୍କୁ ନିଯୁକ୍ତି ଦିଆଯିବା ପରେ ଏବେ ରାଜ୍ୟକୁ କେନ୍ଦ୍ରମନ୍ତ୍ରୀଙ୍କ ଘନ ଘନ ଗସ୍ତ ହେଉଛି । ଏହାରି ଭିତରେ ଗତକାଲି କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି ଆମେ 2024ରେ ସରକାର ଗଠନ କରିବୁ । କାରଣ ସିବିଆଇ ଏବଂ ଇଡି ଆଗାମୀ ଦିନରେ ବହୁ ନେତାଙ୍କୁ ଗିରଫ କରିପାରେ । ଯାହା ଫଳରେ ବିଜେଡିରେ ଫାଟ ସୃଷ୍ଟି ହୋଇପାରେ । ଏବେ କେନ୍ଦ୍ର ମନ୍ତ୍ରୀମାନଙ୍କ ଓଡ଼ିଶାକୁ ତୁହାକୁତୁହା ଗସ୍ତ ଫଳରେ ରାଜ୍ୟ ରାଜନୀତି ସରଗରମ ହେଲାଣି। ଏପଟେ ଓଡ଼ିଶାରୁ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପରେ ଏବେ ନୂଆଦିଲ୍ଲୀରେ ଭିନ୍ନ ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ଆଗକୁ କିଛି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି ଓ ରାଜ୍ୟସଭାର ଖାଲି ପଡ଼ିଥିବା ତିନି ମନୋନୀତ ସଦ୍ୟସଙ୍କ ଚୟନ ପ୍ରସଙ୍ଗ ବେଳେ ମଧ୍ୟ ଓଡ଼ିଶାକୁ ଗୁରୁତ୍ବ ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ତେବେ ଆଗାମୀ ଦିନରେ ଦେଖାଯିବ ବିଜେପି ର ରଣନୀତିରେ ବିଜେଡିକୁ କିଭଳି ଟକ୍କର ଦେଉଛି ବିଜେପି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post