ଫେବୃୟାରୀ ୧୦ରୁ ଟ୍ବିନ୍‌ ସିଟିରେ ହେବ କଡ଼ାକଡ଼ି ଗାଡ଼ି ଚେକିଂ

କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଆକ୍ସନ ମୋଡକୁ ଫେରିଛି କମିଶନରେଟ୍ ପୋଲିସ । ଦୀର୍ଘ ଦିନର ବ୍ୟବଧାନ ପରେ ଦ୍ବୈତନଗରୀ ଯାନବାହନ ଯାଞ୍ଚ ହେବ। ଭୁବନେଶ୍ବର-କଟକ କମିସନରେଟ୍‌ ପୋଲିସ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ୧୦ ତାରିଖରୁ ପୁଣି ଟ୍ବିନ୍‌ ସିଟିରେ ଜୋରଦାର ହେବ ଗାଡ଼ି ଚେକିଂ ।  ଚେକିଂ ପୂର୍ବରୁ ସଚେତନ କରିଛି କମିଶନରେଟ୍‌ ପୋଲିସ ।  ଚେକିଂ ପୂର୍ବରୁ ବିକଟାଳ ହର୍ଣ୍ଣ, କଳା କାଚ ନ ଲଗାଇବାକୁ ତାଗିଦ କରିଛି କମିଶନରେଟ୍ ପୋଲିସ ।  ଗାଡିରେ ବିକଟାଳ ହର୍ଣ୍ଣ, କଳାକାଚ ଲଗାଇଥିଲେ ଦେବାକୁ ହେବ ଜରିମାନା ।  ମୋଟା ଅଙ୍କର ଜରିମାନା ନେଇ ସତର୍କ କରାଇଛି ପୋଲିସ ।