ପରପାରିକୁ ଚାଲିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ…..
ମେଟ୍ରୋଟିଭିଓଡିଶା(୨୫.୨.୨୦୨୨):
ପରପାରିକୁ ଚାଲିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ | ଆଜି ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ଖବର ହସ୍ତଗତ ହୋଇଛି | ବିଶେଷ ସୂତ୍ର ରୁ ସୂଚନା ଅନୁଯାୟୀ ଦୀର୍ଘ ଦିନହେବ ସେ ଅସୁସ୍ଥ ଥିଲେ |

ଗତ କିଛିଦିନ ହେବ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ସେ ୧୯୮୯ ରୁ ୯୦ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିଥିଲେ । ସେହିଭଳି ୧୯୯୯ ରୁ ୨୦୦୦ ଦ୍ୱିତୀୟ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ । ସେ ପ୍ରଥମଥର ପାଇଁ ଓଡ଼ିଶାର ଜନଜାତିରୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ |