ପୂର୍ବତନ ଭାଜପା ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ
ଭାଜପା ବିଧାୟକ ତଥା କାମାକ୍ଷାନଗର ନିର୍ବାଚନମଣ୍ଡଳିର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଗତକାଲି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ୧୯୭୭ରେ ପ୍ରଥମ କରି ଜନତା ଦଳରୁ ନିର୍ବାଚିତ ହୋଇଥିଲେ। ୭୪ ବର୍ଷ ବୟସରେ ସେ ଶେଷ ନିଶ୍ଚାସ ତ୍ୟାଗ କରିଥିବା ସୂଚନା ମିଳିଛି। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।