ଲେନ୍‌କୁ ମାଡ଼ି ବସି ହୋଇଥିବା ବେଆଇନ୍‌ ଜବରଦଖଲ ନିର୍ମାଣ ହଟିବ

ଭୁବନେଶ୍ୱର : ରାଜଧାନୀର ନବକଳେବର ହେଉଛି । ବଡ଼ ବଡ଼ କ୍ରୀଡା ମହାକୂମ୍ଭ ଆୟୋଜନ ହେଉଛି । ଦେଶ ବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି । ଏହା ଫଳରେ ବିଏମସି ସହରକୁ ସୁନ୍ଦର କରିବାକୁ ଯୋଜନା କରୁଛି । ସରକାରୀ କ୍ବାଟରକୁ ଲାଗି ରହିଥିବା ଜବରଦଖଲକୁ ହଟାଇବ ବିଏମସି । ଏହା ସହ ରାସ୍ତା ଉପରେ ଜବରଦଖଲକୁ ହଟାଯିବାକୁ ସେ ଘୋଷଣା କରିଛନ୍ତି ।

ଏହା ସହ ନିଜ ନିଜ ୱାର୍ଡର ପରିମଳ ବ୍ୟବସ୍ଥାକୁ ନେଇ ଆତ୍ମ ସମୀକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି ମେୟର ସୁଲୋଚନା ଦାସ । ଭୁବନେଶ୍ୱରର ପରିମଳ ବ୍ୟବସ୍ଥାକୁ ସୁଧାରିବାକୁ ଲୋକ ପ୍ରତିନିଧିଙ୍କ ସହ କର୍ମଚାରୀମାନେ ଆତ୍ମ ସମୀକ୍ଷା କରନ୍ତୁ ବୋଲି ସେ କହିଛନ୍ତି। ଯଦି କର୍ପୋରେଟର୍‌ ଓ କର୍ମଚାରୀ ଆତ୍ମବିଶ୍ୱାସର ସହ କାମ କରିବେ ତାହେଲେ ନିଶ୍ଚିତ ସଫଳତା ମିଳିବ । ଯେଉଁଠାରେ ଗାଡ଼ିର ଅଭାବ ରହିଛି, ସେଠାକୁ ମାସେ ମଧ୍ୟରେ ଗାଡ଼ି ଯୋଗାଇ ଦିଆଯିବ। ଆସନ୍ତା ମାସେ ମଧ୍ୟରେ ମହାନଗର ନିଗମ ଆହୁରି ୧୫୦ଟି ଗାଡ଼ି ଯୋଗାଇ ଦେବ । ବିଏମ୍‌ସିକୁ ଦେଶର ପ୍ରଥମ କରିବାକୁ ମ୍ୟାନ, ମେସିନ୍‌ ଓ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ମେୟର ପ୍ରତିଶ୍ରୁତି ଦେଇଛନ୍ତି।