ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଓଡି଼ଆ ଖାଦ୍ୟ ମହୋତ୍ସବ 2025 ଆରମ୍ଭ

ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଓଡ଼ିଆ ଖାଦ୍ୟ ସଂସ୍କୃତି ଓ ପରମ୍ପରାର ପ୍ରସାର ପାଇଁ ଭୁବନେଶ୍ୱରଠାରେ ଓଡି଼ଆ ଖାଦ୍ୟ ମହୋତ୍ସବ2025 ଆଡମ୍ବର ସହ ଅନୁଷ୍ଠିତ ହେଉଛି । ଓଡ଼ିଆ ଖାଦ୍ୟ ସଂସ୍କୃତି ଓ ପରମ୍ପରା ଅନନ୍ୟ । ଅନେକ ପୌଷ୍ଟିକ ଓ ସ୍ୱାଦଯୁକ୍ତ ଆହାର ଓଡ଼ିଆଙ୍କର ଜୀବନଶୈଳୀର ଅଂଶ ବିଶେଷ । ଉଲ୍ଲେଖ ନୀୟ ଯେ ଏହି ମହୋତ୍ସବ ରେ ଓଡ଼ିଶାର ସମସ୍ତ ତିରିଶି ଟି ଜିଲ୍ଲା ର ଖାଦ୍ୟ ପ୍ରକୋଷ୍ଠ ରହିବ, ସମ୍ପୃକ୍ତ ଜିଲ୍ଲା ର ପ୍ରସିଦ୍ଧ ଖାଦ୍ୟ ଉପଲବ୍ଧ ହେବ ।
ଆଜି ୟୁନିଟ 3 ପ୍ରଦର୍ଶନୀ ପଡ଼ିଆରେ ଭୂମି ପୂଜା ବିଧି ବଧ ଭାବେ ସରିଥିବା ବେଳେ ,ସାମ୍ବାଦିକ ସମ୍ମିଳନୀ ମଧ୍ୟ ହୋଇଛି , ଡକ୍ଟର ହାଡିବନ୍ଧୁ ପାଣିଗ୍ରାହୀ କର୍ତ୍ତା ଭାବେ ପୂଜା କାର୍ଯ କରୁଥିବାବେଳେ ବିଶ୍ବ ଓଡ଼ିଆ ପରିବାର ର ଅଧକ୍ଷ ସର୍ଜନ ଶର୍ମା ସାମ୍ବାଦିକ ମାନଙ୍କ ସହ ଆଲୋଚନା କରିଛନ୍ତି,ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର,ବିଜେପି ନେତା ଜଗନ୍ନାଥ ପ୍ରଧାନ,ସମୀର ମହାନ୍ତି,କାଳନ୍ଦୀ ସାମଲ,ପିଙ୍କି ପ୍ରଧାନ,ସୁଜିତ୍ ଦାସ,ଭବାନୀ ମିଶ୍ର ଓ ସୁରେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ବ୍ୟୁରୋ ରିପୋର୍ଟ ମେଟ୍ରୋ ଟିଭି ଓଡ଼ିଶା

ଏହା ହେଉଛି ଓଡ଼ିଶାର ଅନନ୍ୟ ଖାଦ୍ୟ ମହୋତ୍ସବ,ଏହି ଅବସରରେ ଓଡ଼ିଆ ଖାଦ୍ୟ ସମ୍ବଦ୍ଧିୟ ପ୍ରତିଯୋଗିତା, ଚିତ୍ରାଙ୍କନ,ପିଠା ଓ ମିଠା, ନିରାମିଷ ଓ ଆମିଷ ଖାଦ୍ୟ, ଆଦିବାସୀ ଖାଦ୍ୟ, ପୁନଃ ପ୍ରକ୍ରିୟା କାରଣ ଖାଦ୍ୟ,ଶାକାହାରୀ ଖାଦ୍ୟ,ଚିତ୍ର ଖାଦ୍ୟ,ସଜଡ଼ା ଭୋଗ ଥାଳି, ଡେଇଁ ଡେଇଁ ଖାଇବା,ବିନା ଅଗ୍ନି ରେ ରାନ୍ଧିବା,ଶୁଙ୍ଘି ବା ,ଛୁଇଁବା ଆଉ କହିବ,ରୋଷେଇ ଘରର ଖାଦ୍ୟ ଇତ୍ୟାଦି ।ଏହି ମହୋତ୍ସବ ପ୍ରତିଦିନ ସକାଳ 10 ଟା ରୁ ରାତ୍ର 10 ପର୍ଯ୍ୟନ୍ତ ଚାଲିବ।

ଉତ୍ସବରେ ବିଭିର୍ଣ୍ଣ ସନ୍ଧ୍ୟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀ, ସାଂସଦ ଓ ବିଧାୟକ ଗଣ, ଓଡ଼ିଶାର ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।
ତେଣୁ ନୂତନ ପିଢି଼ଙ୍କୁ ଓଡ଼ିଆ ଖାଦ୍ୟ ସହ ପରିଚିତ କରାଇବା ପାଇଁ ଏଭଳି ଏକ ପରିକଳ୍ପନା କାରଯାଇଛି ବୋଲି ବିଶ୍ୱ ଓଡ଼ିଆ ପରିବାରର ଆଧ୍ୟକ୍ଷ ସଜ୍ଜନ ଶର୍ମା ପ୍ରକାଶ କରିଛନ୍ତି । ଏହି ଅବସରରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଶର୍ମା କହିଛନ୍ତି ଯେ, ବିଶ୍ୱ ଓଡ଼ିଆ ପରିବାର ଓଡ଼ିଆର ଗୌରବମୟ ଇତିହାସ ଓ ପରମ୍ପରାକୁ ନେଇ କାର୍ଯ୍ୟକ୍ରମମାନ ଆରମ୍ଭ କରିଛି ।
ଏଥି ସହ ଖାଦ୍ୟର ପ୍ରସ୍ତୁତି ଓ ବିଭିନ୍ନ ଉପାଦାନ ଓ ରନ୍ଧନ ଶୈଳୀ ଜିଲ୍ଲା ଭିତ୍ତିରେ ପ୍ରଦର୍ଶନ କରାଯିବ । ଏହା ସହ ପ୍ରତି ଦିନ ଓଡ଼ିଆ ଖାଦ୍ୟ ସଂସ୍କୃତି ସମ୍ବନ୍ଧରେ ବିଭିନ୍ନ ଆଲୋଚନାଚକ୍ରମାନ ଅନୁଷ୍ଠିତ ହେବ । ଏହି ଆଲୋଚନାଚକ୍ରରେ ବିଶିଷ୍ଟ ଖାଦ୍ୟ ଗବେଷକ ଓ ଖାଦ୍ୟ ସଂସ୍କୃତି ପୁସ୍ତକ ଲେଖକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଏହି ମହୋତ୍ସବରେ ରାଜଧାନୀର ବିଭିନ୍ନ ଆପାଟମେଣ୍ଟ୍‌, ତଥା କଲୋନୀ ବାସିନ୍ଦା, ହୋଟେଲ ମ୍ୟାନେଜ ମେଣ୍ଟ୍ କଲେଜ ଓ ସ୍କୁଲ ପିଲା ଏବଂ ପ୍ରସିଦ୍ଧ ହୋଟେଲମାନଙ୍କ ମଧ୍ୟରେ ରୋଷେଇ ପ୍ରତିଯୋଗିତା ଓ ଓଡ଼ିଆ ଖାଦ୍ୟକୁ ନେଇ କୁଇଜ ତଥା ଅନ୍ୟାନ୍ୟ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ । ଏଥି ସହ ଓଡି଼ଆ ଖାଦ୍ୟ ଓ ସଂସ୍କୃତିର ବାହାରେ ପ୍ରଚାର ପାଇଁ ଗୌରବ ଆଣିଦେଇଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ । ପ୍ରତି ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯୟକ୍ରମମାନ ପରିବେଷଣ କରାଯିବ । ବହୁ ଓଡ଼ିଆ ଖାଦ୍ୟ ଶିଳ୍ପୋଦ୍ୟୋଗୀ ଉଦ୍ୟୋଗଗୁଡ଼ିକ ମଧ୍ୟ ଏହି ମହୋତ୍ସବରେ ଭାଗନେବେ ବୋଲି ସ୍ୱିକୃତି ପ୍ରଦାନ କରିଛନ୍ତି ।

Leave a comment