ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡାଇ ଗିରଫ ହେଲେ

ପୁରୀ: ଡ୍ରୋନ ଉଡାଇବା ଅଭିଯୋଗରେ ଗିରଫ ।  ଶ୍ରୀମନ୍ଦିର ନୋଫ୍ଲାଇଂ ଜୋନରେ ଡ୍ରୋନ ଉଡାଇ ବଡ ଦେଉଳର ଟିକିନିଖ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପଶ୍ଚିମବଙ୍ଗରୁ ଅଭିଯୁକ୍ତକୁ ଗିରଫ କରିଛି ପୁରୀ ପୁଲିସ । ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି । ବାରାକପୁର କମିସନରେଟର ନିମତା ଥାନା ଅଞ୍ଚଳରେ ଅନିମେଶ ବୁଲାବୁଲି କରୁଥିବା ବେଳେ ସିଟି ଡିଏସପି କେ କୋଣ୍ଡାଦର ହରିପ୍ରସାଦଙ୍କ ନେତୃତ୍ୱରେ ଏକ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।