ପୁଲିସ ନିକଟରେ ୫ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳଯରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ପ୍ରଭାତ କୁମାରଙ୍କ ସମ୍ମୁଖରେ ବନ୍ଧୁକ ଓ ବୋମା ସହ ଏହି ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ଜନତାନା ସରକାର ଅଧ୍ୟକ୍ଷ ଲମଚୁ ବଡଦା(୨୫), ଡିକେଏମଏସ ଅଧ୍ୟକ୍ଷ ସୁକ୍କୁ ନୁରେଟି(୩୮), ମିଲିସିଆ ସଦସ୍ୟ କ୍ରିଷ୍ଣା ନୁରେଟି(୨୫), ଜନତାନା ସଦସ୍ୟ ଲାଲୁ ରାମ ମାଣ୍ଡବି(୩୬) ଏବଂ ମିଲିସିଆ କଟିଆରାମ ମାଣ୍ଡବି(୪୦)। ଏମାନଙ୍କ ମଧ୍ୟରୁ ଲମଚୁ ନାମରେ ୧ ଲକ୍ଷ ଟଂକାର ପୁରସ୍କାର ରହିଥିବା ବେଳେ ସୁକ୍କୁ ନାମରେ ୨ ଲକ୍ଷ ଟଂକାର ପୁରସ୍କାର ରହିଥିଲା।

ଏମାନେ ମୁଖ୍ୟସ୍ରୋତରେ ସାମିଲ ହେବା ପରେ ସରକାରଙ୍କର ନୂତନ ନିୟମ ଅନୁଯାୟୀ ସମସ୍ତଙ୍କୁ ୫୦ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଆତ୍ମନିର୍ଭରଶୀଳ କରାଯିବ। ଏଥିସହ ଘର ମଧ୍ୟ ପ୍ରଦାନ କରାଯିବା ସହ ୩ ବର୍ଷ ପର୍ଯ୍ୟନ୍ତ ମାସିକ ୧୦ ହଜାର ଟଂକା ମଧ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି। ୧୨୦ ଦିନ ଭିତରେ ଏସବୁ କାମ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ପ୍ରଦାନ କରାଯିବ।

Leave a comment