ରାଜ୍ୟରେ ପ୍ରତିଷ୍ଠା ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ
ରାଜ୍ୟରେ ଖୁବ୍ଶୀଘ୍ର ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଆଜି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସଠାରେ ବିଶ୍ବ ମତ୍ସ୍ୟ ଦିବସ ପାଳନ ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’ ଓ ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ ମାଧ୍ୟମରେ ଓଡ଼ିଶାକୁ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରାଯିବ। ଏଥିପାଇଁ ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ରେ ଚଳିତ ଆର୍ଥିକ ବର୍ଷରୁ ୨୦୨୮-୨୯ ମଧ୍ୟରେ ୨୨୩୯କୋଟି ଟଙ୍କା ଖର୍ଚ୍ଚ ହେବ। ଯାହା ରାଜ୍ୟରେ ମତ୍ସ୍ୟ ଚାଷ ବୃଦ୍ଧି କ୍ଷେତ୍ରରେ ସହାୟକ ହେବ। ସମ୍ବଲପୁରରେ ୧୦୦ଏକର ଜମିରେ ଏକ ଆକ୍ବା ପାର୍କ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।