ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ

ଷ୍ଟେସନରେ ଲାଗିଛି ନିଆଁ । ଝାରସୁଗୁଡ଼ା ରେଳ ଷ୍ଟେସନରେ ଭୟାନକ ଅଗ୍ନିକାଣ୍ଡ । ନିଆଁ ଲିଭା କାର୍ଯ୍ୟରେ ଦମକଳ ବାହିନୀକୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ନିଆଁ ଆୟତ୍ତ ହୋଇନଥିବା ସୂଚନା ମିଳିଛି ।ଖବର ଅନୁଯାୟୀ, ମଙ୍ଗଳବାର ସକାଳ ସମୟରେ ଝାରସୁଗୁଡ଼ା ରେଳ ଷ୍ଟେସନରେ ହଠାତ୍ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ପୁରା ପ୍ଲାଟଫର୍ମ ପରିସର କଳାଧୂଆଁରେ ଆଚ୍ଛାଦିତ ହୋଇଥିଲା । ଯାହାପରେ ଷ୍ଟେସନ ପରିସରରେ ଉପସ୍ଥିତ ଥିବା ଲୋକେ ବାହାରକୁ ଦୌଡି ଆସିଥିଲେ ।ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି କଣ ହୋଇଛି ଜଣା ପଡ଼ିପାରିନାହିଁ। ସେପଟେ ସ୍ଥିତି ନିୟନ୍ତ୍ରଣକୁ ଆସିବା ସହ ବୈଦ୍ୟୁତିକ ଯୋଗାଯୋଗ ଠିକ ନହେବା ଯାଏ ରେଳ ଚଳାଚଳ ବ୍ୟାହତ ରହିବ ବୋଲି ସୂଚନା ମିଳିଛି।

Leave a comment