ରାଇରଙ୍ଗପୁର ପିସିଏସ୍ କଲ୍ୟାଣୀ ମଣ୍ଡପଠାରେ ଦ୍ରୌପଦୀ ମୁର୍ମୁ ଶପଥ ପାଠ ନେବା ସମୟରେ ସିଧା ପ୍ରସାରଣ ବ୍ୟବସ୍ଥା ହୋଇଥିଲା । ଏଥିପାଇଁ କଲ୍ୟାଣୀ ମଣ୍ଡପ ଠାରେ ଏକ ବଡ ଏଲଇଡି ଟିଭି ଲଗାଯାଇଥିଲା। ରାଇରଙ୍ଗପୁର ଗାନ୍ଧୀ ପାର୍କ ଠାରେ ନାଚଗୀତ, ବାଣ ରୋଷଣୀ ମଧ୍ୟରେ ମିଷ୍ଠାନ ବଣ୍ଟାଯାଇଥିଲା । ଶ୍ରୀମତି ମୁର୍ମୁ ପଢିଥିବା ଉପରବେଡା ଉପ୍ରା ବିଦ୍ୟାଳୟ ସମତେ ୫ ହଜାର ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା । ଏଥିସହ ଶ୍ରୀମତି ମୁର୍ମୁଙ୍କ ପୈତୃକ ଗାଁ ଘରଠାରୁ ଭାଗବତ ଟୁଙ୍ଗି ପର୍ଯ୍ୟନ୍ତ ପାରମ୍ପରିକ ଆଦିବାସୀ ନାଚଗୀତ ହୋଇଥିଲା। ଏଥିରେ ହଜାର ହଜାର ଆଦିବାସୀଙ୍କ ସମେତ ଜନସାଧାରଣ ଯୋଗ ଦେଇଥିଲେ । ଏହି ଐତିହାସିକ ଦିନକୁ ମନେ ରଖିବା ପାଇଁ ରାଇରଙ୍ଗପୁର ସମେତ କରଞ୍ଜିଆ, କୁସୁମୀ, ବିଜାତଳା, ଜାମଦା, ବିଶୋଇ ପ୍ରଭୃତି ବ୍ଲକର ବିଭିନ୍ନ ସ୍ଥାନରେ ନାଚଗୀତ ଓ ଭୋଜିଭାତର ଆୟୋଜନ କରାଯାଇଥିଲା ।
Trending
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
- ଆସନ୍ତା ୧୧ ତାରିଖରେ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
- ମୁଖ୍ୟମନ୍ତ୍ରୀ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି : ଭକ୍ତ
Prev Post