କଟକ ଏବଂ ଭୁବନେଶ୍ୱରେ ଶଙ୍ଖନାଦ

bjd-good-perfomance-in-cuttack-and-bhubaneswar/

ମେଟ୍ରୋ ଓଡିଶା (୨୬.୩.୨୦୨୨ ) :

କଟକ ଏବଂ ଭୁବନେଶ୍ୱରରେ ବିଜେଡିର ମେୟର ପ୍ରାର୍ଥୀ ବିଜୟ ଆଡକୁ ଅଗ୍ରସର ହେଉଛନ୍ତି । ଭୁବନେଶ୍ୱରରେ ବିଜେଡିର ମେୟର ପ୍ରାର୍ଥିନୀ ସୁଲୋଚନା ଦାସ  ୧୦୬୨୩୨ ଖଣ୍ଡ ଭୋଟ୍‌ ପାଇ ଆଗରେ ରହିଛନ୍ତି । ବିଜେପିର ସୁନୀତ ମୁଣ୍ଡ୍‌ ଖବର ଲେଖା ହେବା ବେଳକୁ ୭୦,୩୦୨ ଖଣ୍ଡ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । କଂଗ୍ରସର ମଧୁମିତା ଆଚାର୍ଯ୍ୟ ୭୦୧୯ ଖଣ୍ଡ ଭୋଟ୍‌ ପାଇଛନ୍ତି । ବିଜେଡିର ପ୍ରାର୍ଥିନୀ ସୁଲୋଚନା  ଆଗରେ ରହିଛନ୍ତି ।

ଖବର ଲେଖା ହେବା ବେଳକୁ କଟକରେ ବିଜେଡିର ସୁବାସ ସିଂ ୧୭ ରାଉଣ୍ଡ ଗଣତି ଶେଷ ସୁଦ୍ଧା ୫୩,୩୬୦ଖଣ୍ଡ ଭୋଟ୍‌ ପାଇ ପ୍ରଥମ ସ୍ଥାନରେ ଥିବା ବେଳେ କଂଗ୍ରେସର ଗିରିବାଳା ବେହେରା ୩୧,୯୭୩ ଖଣ୍ଡ ଭୋଟ୍‌ ପାଇ  ଦ୍ୱିତୀୟ ସ୍ଥାନରେ ,   ବିଜେପିର ଶ୍ରୀତମ ଦାସ ୧୭,୭୦୧ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।