ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା
ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଆରମ୍ଭ କରିଛି। ଆଜି ସକାଳୁ ଅର୍ଚ୍ଚନା ନାଗଙ୍କ କଳାହାଣ୍ଡି ଜିଲ୍ଲା କେସିଙ୍ଗାସ୍ଥିତ ବାପଘରେ ଇଡି ପକ୍ଷରୁ ଚଢ଼ାଉ ଚାଲିଛି। ସୂଚନା ଅନୁଯାୟୀ ସକାଳ ପ୍ରାୟ ସାଢ଼େ ୮ଟା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୪ ଜଣ ଅଧିକାରୀ ସିଆରପିଏଫ୍ ପୁଲିସ ସହ ସେଠାରେ ପହଞ୍ଚିଥିଲେ। ସ୍ଥାନୀୟ ପୁଲିସର ସହାୟତା ନିଆଯାଇନାହିଁ। ଏହାଛଡ଼ା ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ଜଳେଶ୍ବର ଅଞ୍ଚଳରେ ଥିବା ପୈତୃକ ଘର ଓ ରାଜଧାନୀର ସତ୍ୟବିହାରସ୍ଥିତ ବାସଭବନ, ବନ୍ଧୁ ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କ ଘରେ ଏକକାଳୀନ ଚଢ଼ାଇ ଚାଲିଛି। ଶ୍ରଦ୍ଧାଞ୍ଜଳିଙ୍କ କଟକର ବାଙ୍କୀ ପୈତୃକ ବାସଭବନ ଓ ଖଗେଶ୍ୱରଙ୍କ ଗଙ୍ଗେଶ୍ବର ଘରେ ବି ଇଡି ଚଢ଼ାଉ କରାଯାଉଥିବାର ସୂଚନା ରହିଛି।