ପୂର୍ବତଟ ରେଳପଥ ଏହାର ସମସ୍ତ ଏକ୍ସପ୍ରେସ ଟ୍ରେନ ପୁନଃ ଚଳାଚଳ ପାଇଁ ଶେଷ ପର୍ଯ୍ୟାୟରେ

ଯାତ୍ରୀ ମାନଙ୍କର ଚାହିଦା ଏବଂ ସାଧାରଣ ଜନତାଙ୍କ ସୁବିଧା ପାଇଁ କୋଭିଡ19 ଲକଡାଉନ୍ ଠାରୁ ବାତିଲ କରାଯାଇଥିବା ପୂର୍ବ ତଟ ରେଳପଥର ଚାରି ଯୋଡ଼ା ଏକ୍ସପ୍ରେସ ଟ୍ରେନର ସେବାକୁ ପୁନ ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଅଛି | ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ଗରିବ ରଥ ଏକ୍ସପ୍ରେସ ବ୍ୟତୀତ ପୂର୍ବ ତଟ ରେଳ ପରିସୀମା ମଧ୍ୟରୁ ସମସ୍ତ ଉତ୍ପନ୍ନ ଟ୍ରେନ୍ ଗୁଡିକୁ ପୁନଃ ଚଳାଚଳ କରାଯାଇଅଛି |  ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ଗରିବ ରଥ ଏକ୍ସପ୍ରେସ ଶୀଘ୍ର ଚଳାଚଳ କରାଯିବା ପାଇଁ କାର୍ଯ୍ୟ ପ୍ରକ୍ରିୟାକରଣ ଜାରି ରହିଛି |   

22890/22889 ପୁରୀ-ଦିଘା-ପୁରୀ ଏକ୍ସପ୍ରେସ ପୁରୀରୁ 06.08.2022 ଠାରୁ ପ୍ରତି ଶନିବାର ରାତ୍ରି ୯ଘ.୦୫ମି.ରେ ଛାଡିବାକୁ ଥିବାବେଳେ ଦିଘାରୁ 07.08.2022 ଠାରୁ ପ୍ରତି ରବିବାର ସନ୍ଧ୍ୟା ୫ଘ.୨୫ମି.ରେ ଛାଡିବ | 

22810/22809 ବିଶାଖାପାଟନମ୍-ପାରାଦୀପ-ବିଶାଖାପାଟନମ୍ ଏକ୍ସପ୍ରେସ ବିଶାଖାପାଟନମରୁ 07.08.2022 ଠାରୁ ପ୍ରତି ରବିବାର ରାତ୍ରି ୧୧ଘ.୪୫ମି.ରେ ଛାଡିବାକୁ ଥିବାବେଳେ ପାରାଦୀପରୁ ପ୍ରତି ସୋମବାର ରାତ୍ରି ୧୦ଘ.୨୫ମି.ରେ ଛାଡିବ | 

18530/18529 ବିଶାଖାପାଟନମ୍-ଦୁର୍ଗ-ବିଶାଖାପାଟନମ୍ ଏକ୍ସପ୍ରେସ ବିଶାଖାପାଟନମରୁ 13.08.2022 ଠାରୁ ଅପରାହ୍ନ ୪ଘ.୫୫ମି.ରେ ଛାଡିବାକୁ ଥିବାବେଳେ ଦୁର୍ଗରୁ 14.08.2022 ଠାରୁ ସନ୍ଧ୍ୟା ୬ଘ.୩୦ମି.ରେ ଛାଡିବ | 

12278/12277 ପୁରୀ-ହାଓଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ 02.10.2022 ଠାରୁ ପୁରୀରୁ ସକାଳ ୦୫ଘ.୪୫ମି.ରେ ଛାଡିବାକୁ ଥିବାବେଳେ ହାଓଡ଼ା ଠାରୁ ଅପରାହ୍ନ ୨ଘ.୧୫ମି.ରେ ଛାଡିବ | 


କଟକ-ଗୁଣୁପୁର-କଟକ ଟ୍ରେନ୍ ସଂଶୋଧିତ ନମ୍ବର ସହିତ ଚଳାଚଳ କରିବ :

ଯାତ୍ରୀମାନଙ୍କ ସୁବିଧା ପାଇଁ କଟକ-ଗୁଣୁପୁର-କଟକ ଏକ୍ସପ୍ରେସକୁ ପାସେଞ୍ଜର ସ୍ପେଶାଲ ଭାବରେ ଚଳାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଫଳସ୍ୱରୂପ, ଟ୍ରେନ୍ ନମ୍ବର 18443/18444 କଟକ-ଗୁଣୁପୁର-କଟକ ଏକ୍ସପ୍ରେସକୁ 08421/08422 କଟକ-ଗୁଣୁପୁର-କଟକ ପାସେଞ୍ଜର ବିଶେଷ ଟ୍ରେନ ଭାବରେ ଚଲାଇବା ପାଇଁ ସଂଶୋଧିତ କରାଯାଇଛି | ଏହା 05.08.2022 ଠାରୁ କଟକରୁ ଏବଂ  06.08.2022 ଠାରୁ ଗୁଣୁପୁରରୁ କାର୍ଯ୍ୟକାରୀ କରାଯିବ |  

08421 କଟକ-ଗୁଣୁପୁର ପାସେଞ୍ଜର ସ୍ପେଶାଲ କଟକରୁ ଅପରାହ୍ନ ୦୫ଘ.୩୦ମି.ରେ ଗୁଣୁପୁର ଅଭିମୁଖେ ଯାତ୍ରା କରିବ | ପ୍ରତ୍ୟାବର୍ତ୍ତନ ମାର୍ଗରେ ଗୁଣୁପୁରରୁ 08422 ଗୁଣୁପୁର-କଟକ ପାସେଞ୍ଜର ସ୍ପେଶାଲ ରାତ୍ରି ୦୨ଘ.୪୫ମି.ରେ କଟକ ଅଭିମୁଖେ ଯାତ୍ରା କରିବ |


ରାଉରକେଲା-ଭୁବନେଶ୍ୱର ଇଣ୍ଟର ସିଟି ଏବଂ ଇସ୍ପାତ ଏକ୍ସପ୍ରେସରେ ଏସି-3 ଟାୟାର ସଂଯୋଗ :

ଯାତ୍ରୀମାନଙ୍କ ସୁବିଧା ପାଇଁ 15 ଅଗଷ୍ଟ 2022 ରୁ ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ଇଣ୍ଟର ସିଟି ଏବଂ ହାଓଡ଼ା-ଟିଟିଲାଗଡ / କାଣ୍ଟାବାଞ୍ଜୀ-ହାଓଡ଼ା ଇସ୍ପାତ ଏକ୍ସପ୍ରେସରେ ଏସି -3 ଟାୟାର କୋଚର ସୁବିଧା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି |

22839/22840 ରାଉରକେଲା-ଭୁବନେଶ୍ୱର-ରାଉରକେଲା ଇଣ୍ଟର ସିଟି ଏକ୍ସପ୍ରେସ ରେ ଉଭୟ ଦିଗରୁ 15 ଅଗଷ୍ଟ, 2022 ଠାରୁ ଗୋଟିଏ AC-3 ଟାୟାର୍ କୋଚ୍ ସଂଯୋଗ କରାଯିବ |

12871/12872 ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ 15.08.2022 ଠାରୁ ହାଓଡ଼ାରୁ ଏବଂ 16.08.2022 ଠାରୁ ଟିଟିଲାଗଡରୁ ଗୋଟିଏ AC-3 ଟାୟାର୍ କୋଚ୍ ସଂଯୋଗ କରାଯିବ |

22861/22862 ହାଓଡ଼ା-କଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ 16.08.2022 ଠାରୁ ହାଓଡ଼ାରୁ ଏବଂ 17.08.2022 ଠାରୁ କଣ୍ଟାବାଞ୍ଜିରୁ ଗୋଟିଏ AC-3 ଟାୟାର୍ କୋଚ୍ ସଂଯୋଗ କରାଯିବ |
 

ବିଶାଖାପାଟନମ୍-କୋଲାମ ଏବଂ ବିଶାଖାପାଟନମ୍-ଟାଟା ଏକ୍ସପ୍ରେସ୍ ଏଲଏଚବି କୋଚ ସହିତ ଚଳାଚଳ କରିବ :

18567/18568 ବିଶାଖାପାଟନମ୍-କୋଲାମ-ବିଶାଖାପାଟନମ୍ ଏକ୍ସପ୍ରେସ ବିଶାଖାପାଟନମ୍ ରୁ 11.08.2022 ଠାରୁ ଏବଂ କୋଲାମରୁ 12.08.2022 ଠାରୁ ଆଧୁନିକ ଏଲଏଚବି କୋଚ୍ ସହିତ ଚଳାଚଳ କରିବ |

ସେହିପରି, 20816/20815 ବିଶାଖାପାଟନମ୍-ଟାଟା-ବିଶାଖାପାଟନମ୍ ଏକ୍ସପ୍ରେସ୍ ବିଶାଖାପାଟନମ୍ ରୁ 14.08.2022 ଠାରୁ ଏବଂ ଟାଟାରୁ 15.08.2022 ଠାରୁ ଆଧୁନିକ ଏଲଏଚବି କୋଚ୍ ସହିତ ଚଳାଚଳ କରିବ |