ଇଡକଲ୍ ଡେପୁଟି ମ୍ୟାନେଜର ସଂପତ୍ତି ଦେଖି ଟେରା ହେଲା ଭିଜିଲାନସ
ଭୁବନେଶ୍ୱର: ଭିଜିଲାନ୍ସ ଦ୍ବାରା ଅଟକ ଥିବା କୋଟିପତି ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ସଂପତ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଅଧିକାରୀ । ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ୨୪ ଘଣ୍ଟା ଧରି ଭିଜିଲାନ୍ସ ସେଲରେ ଅଟକ ଥିବା ଗୟା ସାନ୍ତରାଙ୍କ ନାଁ ରେ ୧୩ଟି ପ୍ଲଟ ଓ ଆଲିସାନ ଫ୍ଲାଟ ରହିଥିବା ଜଣାପଡିଛି । ଏହାଛଡ଼ା ତାଙ୍କ ଘରୁ ନଗଦ କୋଟିଏ ୬ ଲକ୍ଷ ଟଙ୍କା ମିଳିଥିବା ଭିଜିଲାନସ ପକ୍ଷରୁ କୁହାଯାଇଛି । ରାଜଧାନୀ ଠାରୁ ଆରମ୍ଭ କରି ଯାଜପୁର, ନୟାଗଡ଼, କୋରାପୁଟ ସ୍ଥିତ ସାନ୍ତରାଙ୍କ ଭଡ଼ାଘର ଓ ସରକାରୀ କାର୍ଯ୍ୟାଳୟ, ନୟାଗଡ଼ ଓଡ଼ଗାଁସ୍ଥିତ ପୈତୃକ ବାସଭବନ, ରାୟଗଡ଼ା ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ଉ କରିଥିଲା। ମଞ୍ଚେଶ୍ୱରରେ ଥିବା ୩ମହଲା ବିଶିଷ୍ଟ କୋଠା, ଏକ କେବୁଲ୍ ଫ୍ୟାକ୍ଟ୍ରି, ଜୟଦେବ ବିହାର ଅଞ୍ଚଳରେ ଥିବା ୪ମହଲା ବିଶିଷ୍ଠ ନିର୍ମାଣାଧୀନ ବିଲ୍ଡିଂ, ୭ଟି ପ୍ଲଟ, ଯାଜପୁରରେ ୫ଟି ଏବଂ ନୟାଗଡ଼ରେ ଗୋଟିଏ ପ୍ଲଟକୁ ଠାବ କରିଥିଲା।