ଭୁବନେଶ୍ବର: ସରିଛି ରାଜଧାନୀରେ ଭସାଣ ଉତ୍ସବ । ଏନେଇ ରାଜଧାନୀରେ ଲାଗିଥିଲା ଲୋକଙ୍କ ଭିଡ଼ । ପାରମ୍ପରିକ ବାଦ୍ୟଯନ୍ତ୍ର ସାଙ୍ଗକୁ ସାଉଣ୍ଡରେ ନିଆରା ପରିବେଶ ସୃଷ୍ଟି ହୋଇଥିଲା । ମା’ଙ୍କ ପୂଜାପରେ ଭସାଣି ଦେଖିବାକୁ ରାସ୍ତାର ଦୁଇ କଡ଼ରେ ହଜାର ହଜାର ଲୋକ ଠିଆ ହୋଇଥିଲେ । ସାଧାରଣ ଲୋକଙ୍କ ସହ ଭକ୍ତମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଯେଉଁ ରାସ୍ତାରେ ମା’ଙ୍କ ଶୋଭାଯାତ୍ରାର ଆୟୋଜନ ହୋଇଥିଲା , ସେହି ରାସ୍ତାଗୁଡ଼ିକରେ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳୁଥିଲା। ମା’ଙ୍କ ଆଗରେ ପାରଂପରିକ ଓ ନୃତ୍ୟ ଓ ବାଦ୍ୟ ବାଜୁଥିବା ବେଳେ ଲୋକେ ନାଚୁଥିଲେ। ପାରମ୍ପରିକ ବାଦ୍ୟର ଧ୍ବନିରେ ଭୁବନେଶ୍ବର କମ୍ପୁଥିଲା। ମା’ଙ୍କ ଭସାଣ ଯାତ୍ରା ଅପରାହ୍ଣ ୩ଟାରୁ ଆରମ୍ଭ ହୋଇଥିବା ବେଳେ ଏହା ରାତିଯାଏଁ ଚାଲିଥିଲା । ସାରା ସହରର ପୂଜା ମଣ୍ଡପଗୁଡ଼ିକରେ ପାଞ୍ଚଦିନ ଧରି ମା’ଙ୍କୁ ଦର୍ଶନ କରିବାଲାଗି ଭିଡ଼ କରିଥିଲେ ଭକ୍ତ। ଏବର୍ଷର ଗହଳି ପୂର୍ବ ବର୍ଷଗୁଡ଼ିକୁ ଟପି ଯାଇଥିଲା। କେବଳ ଗହଳି ନୁହେଁ, ସାଜସଜ୍ଜା ଓ ଆଡ଼ମ୍ବରରେ ମଧ୍ୟ ଏ ବର୍ଷ ନୂଆ ଉଦାହରଣ ସୃଷ୍ଟି କରିଥିଲା। ଆଜି ମା’ ବିଦାୟ ନେଲେ ବର୍ଷଟିଏ ପରେ ପୁଣି ଭକ୍ତଙ୍କୁ ଦର୍ଶନ ଦେବାର ପ୍ରତିଶ୍ରୁତି ଦେଇ। ଏ ବିଦାୟ ବେଳା ବିଶେଷକରି ଗତ ପ୍ରାୟ ମାସେ ଧରି ଭୋକ ଶୋଷ ଭୁଲି ପୂଜା ଆୟୋଜନରେ ଲାଗି ପଡ଼ିଥିବା ବିଭିନ୍ନ ପୂଜା କମିଟିର ସଦସ୍ୟଙ୍କୁ କେମିତି ଭାବପ୍ରବଣ କରି ଦେଇଥିଲା, ଆଖିରେ ନଦେଖିଲେ ବିଶ୍ବାସ କରିବା କଷ୍ଟ। ରାଜଧାନୀର ୪ଟି ସ୍ଥାନରେ ଭସାଣି ମେଲଣ ସମାରୋହ ଅନୁଷ୍ଟିତ ହୋଇଥିଲା- ସହିଦନଗର, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର ଓ ପୁରୁଣା ଭୁବନେଶ୍ବର। ଏହି ଚାରିଟି ସ୍ଥାନରେ ଆୟୋଜିତ ମେଲଣରେ ସ୍ଥାନୀୟ ଅଞ୍ଚଳର ପୂଜାମେଢ଼ସବୁ ଏକାଠି ହୋଇଥିଲେ। ତା’ପରେ ଶୋଭାଯାତ୍ରାରେ ଭସାଣି ସ୍ଥଳକୁ ଆଗେଇ ଯାଇଥିଲେ।
Trending
- ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ ମହିଳାଙ୍କ ସମେତ ୪ ମାଓବାଦୀ ମୃତ
- ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୁଭେଚ୍ଛା
- ଆଜି ଚାଷୀଙ୍କ ଖାତାକୁ ଯାଇଛି ସିଏମ୍ କିଷାନର ୩ୟ କିସ୍ତି ଟଙ୍କା
- ମନାଲି ରେ ପ୍ରବଳ ବର୍ଷା , ନଦୀରେ ବୁଡ଼ିଲା ପକଅପ ଭ୍ୟାନ
- ଗଣେଶ ଉତ୍ସବ
- ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁନର୍ଗଠିତ
- ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନିଜର ନୂଆ ଯୁବ ବାହିନୀ, ଇପ୍ସିତା ଓ ଚିନ୍ମୟଙ୍କୁ ମିଳିଲା ଗୁରୁଦାୟିତ୍ବ
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ