ରାଷ୍ଟ୍ରପତି ନିର୍ବାଚନର ସାଂସଦଙ୍କ ଭୋଟର ଫଳାଫଳ ଆସିଛି । ପ୍ରଥମ ରାଉଣ୍ଡରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମିଳିଛି ୨୦୮ ଭୋଟ୍ । ସମୁଦାୟ ଭୋଟ୍ରୁ ୧୫ଟି ଭୋଟ୍ ନାକଚ ହୋଇଥିବା ଜଣାପଡ଼ିଛି । ଏଥିରୁ ସ୍ପଷ୍ଟ ଯେ ଦ୍ରୈାପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ବିଜୟ ଲାଭ କରିବେ । ଆଉ କିଛି ସମୟ ପରେ ଏହା ଘୋଷଣା ହୋଇଯିବ ।
ଦ୍ରୌପଦୀ ମୁର୍ମୁଙ୍କୁ ମିଳିଥିବା ଭୋଟର ମୂଲ୍ୟ ୩ ଲକ୍ଷ ୭୮ ହଜାର ହୋଇଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ମିଳିଥିବା ଭୋଟର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ । ପ୍ରଥମ ରାଉଣ୍ଡରେ ସଂସଦରେ ହୋଇଥିବା ଭୋଟର ଗଣନା କରାଯାଇଥିଲା । ମୋଟ ଭୋଟରୁ ୭୪୮ଟି ଭୋଟ୍ ବୈଧ ଥିବାବେଳେ ତାର ମୂଲ୍ୟ ହେଉଛି ୫ ଲକ୍ଷ ୨୩ ହଜାର ୬୦୦ । ଏବେ ଦ୍ୱିତୀୟ ରାଉଣ୍ଡ ଭୋଟ୍ ଗଣନା ଆରମ୍ଭ ହୋଇଛି । ଦ୍ୱିତୀୟ ରାଉଣ୍ଡ ଗଣତିରେ ସବୁ ରାଜ୍ୟର ବିଧାୟକମାନଙ୍କ ଭୋଟ୍ ଗଣତି କରାଯାଉଛି ।