ଭୁବନେଶ୍ବର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୦ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ଆସି ପହଂଚିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ ହେବ । ଓଡିଶା ଗସ୍ତ ବେଳେ ସେ ରାଜଭବନରେ ଅବସ୍ଥାନ କରିବେ । ପରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।୧୧ ତାରିଖରେ ଦିଲ୍ଲୀ ଫେରିଯିବେ । ଗସ୍ତ ସମ୍ପର୍କରେ ରାଷ୍ଟ୍ରପତି ଭବନ ସଚିବାଳୟ ପକ୍ଷରୁ ଓଡ଼ିଶା ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଛି । ୨୫ ଜୁଲାଇ ୨୦୨୨ରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏଥିସହ ତାଙ୍କ କାର୍ଯ୍ୟକାଳ ୧୦୦ ଦିନ ପୂରଣ ହୋଇଛି ।
Trending
- ସରିଲା କ୍ୟାବିନେଟ୍ ବୈଠକ,୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର
- ଭାରସାମ୍ୟ ହରାଇ ଚାଷ ଜମି କୁ ଓଲଟିଲା ଓଏସ୍ଆର୍ଟିସି ବସ୍ , ୧୫ ଆହତ
- ଶ୍ରୀମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା
- ସ୍ୱାଧୀନତା ଦିବସ, କିଏ କେଉଁଠି ପତାକା ଉତ୍ତୋଳନ କରିବେ ଜାଣନ୍ତୁ..
- ଆଧାର ନାଗରିକତାର ନିର୍ଣ୍ଣାୟକ ପ୍ରମାଣପତ୍ର ବୋଲି ସ୍ବୀକାର କରାଯାଇପାରିବ ନାହିଁ – ସୁପ୍ରିମକୋର୍ଟ
- ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍ ପ୍ରତିଷ୍ଠା ହେବ
- ଆଜି ବିଶ୍ବ ହାତୀ ଦିବସ
- ସେପ୍ଟେମ୍ବର ୧ ରୁ ଦିଲ୍ଲୀରୁ ୱାଶିଂଟନ ବିମାନ ସେବ ବନ୍ଦ
- ଆଖି ବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା
- ପ୍ରାକୃତିକ ବିପର୍ଯ୍ୟୟରେ ଜମି ହରାଇଥିଲେ ଜମି ଦେବେ ସରକାର