ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ସାଂଗଠନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳକୁ ନେଇ ଜାତୀୟ ରାଜନୀତିରେ ଚର୍ଚା ଜୋର ଧରିଛି । ବିଶେଷ କରି ଉତ୍ତରପ୍ରଦେଶ ରାଜନୀତିରେ ଏହାର ମହତ୍ବ ରହିଛି । ଓଡ଼ିଶାରେ ମଧ୍ୟ ପରିବର୍ତ୍ତନକୁ ନେଇ ଦଳ ଆଶାବାଦୀ ରହିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନୂଆ ପ୍ରଭାରୀ ଭାବେ ଡ.ଅଜୟ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ପ୍ରଭାରୀ ଥିବା ଚେଲା କୁମାରଙ୍କ ସ୍ଥାନ ଡ.ଅଜୟ କୁମାର ନେଇଛନ୍ତି। ଝାଡ଼ଖଣ୍ଡ ଜାମସେଦପୁରର ପୂର୍ବତନ ସାଂସଦ ଅଜୟ କୁମାରଙ୍କୁ ଓଡ଼ିଶା ସହ ତାମିଲନାଡୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ଚେଲା କୁମାର ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶର ନୂଆ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଉତ୍ତରପ୍ରଦେଶରେ ଅବିନାଶ ପାଣ୍ଡେଙ୍କୁ ନୂଆ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛି । ପ୍ରିୟଙ୍କାଙ୍କ ବଦଳରେ ଉତ୍ତରପ୍ରଦେଶ ରାଜ୍ୟର ପ୍ରଭାରୀ କାହିଁକି ବଦଳିଲା ତାକୁ ନେଇ ବହୁତ ଆଲୋଚନା ହେଉଛି। ଅବିନାଶ କଂଗ୍ରେସ ପୂର୍ବତନ ରାଜ୍ୟସଭା ସାଂସଦ । ଉତ୍ତରପ୍ରଦେଶ ପ୍ରଭାରୀ ହେବା ପୂର୍ବରୁ ଝାଡଖଣ୍ଡ ପ୍ରଭାରୀ ଥିଲେ । ସେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବି ସଦସ୍ୟ ଅଛନ୍ତି । ମହାରାଷ୍ଟ୍ର ନାଗପୁର ବାସିନ୍ଦା ପେଶାରେ ଓକିଲ । ଦଳର ଯୁବ ସଙ୍ଗଠନ ଏନଏସୟୁଆଇ ଓ ୟୁଥ କଂଗ୍ରେସର ବିଭିନ୍ନ ପଦରେ କାମ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚିଛନ୍ତି । ରାଜନୈତିକ ଜୀବନରେ ଜାତୀୟ ଓ ରାଜ୍ୟ ସ୍ତରରେ ଦଳର ବିଭିନ୍ନ ପଦପଦବୀ ସମ୍ଭାଳିଛନ୍ତି । ୨୦୧୦ରେ ମହାରାଷ୍ଟ୍ରରୁ ରାଜ୍ୟସଭାକୁ ମନୋନିତ ହୋଇଥିଲେ । ୨୦୧୮ ରାଜସ୍ଥାନ ନିର୍ବାଚନ ପୂର୍ବରୁ ତାଙ୍କୁ ରାଜ୍ୟ ପ୍ରଭାରୀ କରାଯାଇଥିଲା ।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Prev Post