ଆଜି ଦିନିକିଆ ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ
ଆଜି ଦିନିକିଆ ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ରେଳ ଯୋଗେ ସକାଳ ୯ଟାରେ ତାଳଚେର ରୋଡ ପରେ ୯ଟା ୩୦ରେ ଅନୁଗୁଳ ରେଲୱେ ଷ୍ଟେସନରେ ପହଁଚିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପରେ ୧୧ଟା ୩୦ ସମୟରେ ବଳରାମ କୋଇଲା ଖଣିର ରେଲୱେ ପରିବହନ କାମର ଅଗ୍ରଗତି ଏବଂ ପରେ ତାଳଚେର ସୁନାଖଣି ରେଲୱେ ଷ୍ଟେସନକୁ ଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ ତାଳଚେର ଅନୁଗୁଳକୁ ସଂଯୋଗ କରୁଥିବା ରେଲୱେ ଲୁପ୍ ଲାଇନ୍ର ଅଗ୍ରଗତି, MCL ର ବଳରାମ କୋଇଲା ଖଣିରୁ ରେଳଯୋଗେ କୋଇଲା ପରିବହନ ଏବଂ ତାଳଚେର ବିମଳାଗଡ଼ ମଧ୍ୟରେ ନୂତନ ଭାବେ ନିର୍ମିତ ସୁନାଖଣି ରେଲୱେ ଷ୍ଟେସନକୁ କିପରି ଶୀଘ୍ର ଲୋକାର୍ପଣ କରାଯାଇ ପାରିବ ସେ ବିଷୟରେ ଅନୁଧ୍ୟାନ କରିବେ। ସୁନାଖଣି ରେଲୱେ ଷ୍ଟେସନ କାର୍ଯ୍ୟକ୍ଷମ ହେଲେ ପ୍ରଥମ ଥର ପାଇଁ ଆଖପାଖ ଅଞ୍ଚଳର ଲୋକମାନେ ରେଳ ସେବା ପାଇବାର ସୁଯୋଗ ପାଇବେ।