କିଏ ସତ କିଏ ମିଛ! ସାମ୍ବାଦିକ ଅକ୍ଷୟ ଦାସଙ୍କୁ ଜେରା କରିବ ପୁଲିସ
ଭୁବନେଶ୍ବର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାକୁ ନେଇ ବିରୋଧୀ ଏବେ ରାସ୍ତାରେ । ସତ୍ୟ କଣ ତାହାର ରହସ୍ୟ ବଢିବାରେ ଲାଗିଛି । ଧର୍ମେନ୍ଦ୍ର ସାହୁଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ସେପଟେ କମିସନରେଟ ପୁଲିସ ତଦନ୍ତ ଆରମ୍ଭ କରିଛି । ମୃତ୍ୟୁ ପୂର୍ବରୁ ତାଙ୍କର ମୃତ୍ୟୁ ହେଲେ କେଉଁମାନେ ଦାୟୀ ରହିବେ ସେନେଇ ଧର୍ମେନ୍ଦ୍ର ଜଣ ଜଣ କରି ୫ ଜଣଙ୍କ ନାଁ କହିଛନ୍ତି । ଯାହାକୁ ନେଇ ଚର୍ଚା ଜୋର ଧରିଛି । ମନ୍ତ୍ରୀଙ୍କ ମୁଣ୍ଡ ଗଡ଼ାଇବାକୁ ବିରୋଧୀ କଂଗ୍ରେସ ଏବଂ ବିଜେପି ରାଜରାସ୍ତାକୁ ଓହ୍ଲାଇ ଦାବି ରଖିଛନ୍ତି ।
ଫୋନରେ ସେ ସ୍ଥାନୀୟ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ କହିଥିଲେ ଧର୍ମେନ୍ଦ୍ର ସାହୁ । ତେଣୁ ପୁଲିସ ଗତକାଲି ସାମ୍ବାଦିକ ଅକ୍ଷୟ ନାୟକଙ୍କ ନିମାପଡା ସ୍ଥିତ ଘରେ ପହଞ୍ଚିଛି । ଆଜି ଧଉଳି ଥାନାରେ ହାଜର ହେବାକୁ ନୋଟିସ ଦେଇଛି କମିସନରେଟ ପୁଲିସ ।
ରାଜନେତାଙ୍କୁ ସୁରକ୍ଷା ଦେଉଛି କି ପୋଲିସ?
ରାଜନେତା ସମୀର ରଂଜନ ଦାଶଙ୍କୁ ନେଇ ବିରୋଧୀମାନେ ଅଭିଯୋଗ ଆଣିଛନ୍ତି । କାରଣ ତାଙ୍କ ନାମ ନେଇଥିଲେ ମୃତ ଧର୍ମେନ୍ଦ୍ର । ଆତ୍ମହତ୍ୟା ମାମଲାରେ ପୋଲିସ ତଦନ୍ତରେ ଅବହେଳା କରୁଥିବା ଅଭିଯୋଗ ଆଣି ଗତକାଲି ଡିସିପି ଅଫିସ ଘେରିଥିଲା ବିଜେପି । ଆଉ ଡିସିପିଙ୍କୁ ଭେଟି ଧର୍ମେନ୍ଦ୍ର ସାହୁଙ୍କ ଭାଇରାଲ ଅଡିଓ କଲ ବାବଦରେ ଅବଗତ କରାଇଥିଲା । ଯଦି ତଦନ୍ତ ଠିକ୍ ଭାବେ ନହେବ ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ବିଜେପି କହିଛି ।