ଛେଣ୍ଡିପଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଧର୍ମେନ୍ଦ୍ର କହିଛନ୍ତି, ୨୫ ତାରିଖରେ ଏ ଅଞ୍ଚଳରେ ପରିବର୍ତ୍ତନ ନିଶ୍ଚୟ ହେବ । ୨୪ ବର୍ଷର ଅପାରଗ ସରକାର ବଦଳିବ, ଆଗାମୀ ଦିନରେ ଓଡ଼ିଶାରେ ପରିବର୍ତ୍ତନ ହେବ । ବିରୋଧୀଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି, ଭୋଟରଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦେଇ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରାଇଦେବେନି ବୋଲି ଭାବୁଛନ୍ତି । କିନ୍ତୁ ଭୋଟର ମନସ୍ଥ କରିଛନ୍ତି ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବେ । ଛେଣ୍ଡିପଦାକୁ ଅଗ୍ରଣୀ ଅଞ୍ଚଳ କରିବାର ଦାୟିତ୍ୱ ମୁଁ ନେବି ।ଓଡ଼ିଶାରେ ୨୪ ବର୍ଷ ହେବ ଶାସନ ଚାଲିଛି । କିନ୍ତୁ ଘରକୁ ପିଇବା ପାଣି ଆସୁନି, ଜମିକୁ ପାଣି ଆସୁନି, ସ୍କୁଲରେ ଶିକ୍ଷକ ନାହାନ୍ତି, ହସ୍ପିଟାଲରେ ଡାକ୍ତର ନାହାନ୍ତି । ମୁଖ୍ୟମନ୍ତ୍ରୀ କେବଳ ଏବେ ଭିଡ଼ିଓରେ ଆସୁଛନ୍ତି, ତାଙ୍କ ରିମୋଟ ତାମିଲ ବାବୁଙ୍କ ପାଖରେ ଅଛି । ଏଠିକାର ଯୁବକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ତେଣୁ ଏ ସରକାରକୁ ବଦଳାଇବାକୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର । ବିଜେପି ସରକାର ଆସିଲେ ଧାନ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ମିଳିବ, ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ମିଳିବ, କେନ୍ଦୁପତ୍ର ବିଡା ୨ ଟଙ୍କା ହେବ ଓଡ଼ିଶାରେ ଓଡ଼ିଆ ଲୋକର ସରକାର ଦରକାର । ଜଣେ ଲୋକ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚୋରି କରି ନେଇଗଲେ । ଏହାର ଚାବି ହଜିଗଲା । ତେଣୁ ରତ୍ନଭଣ୍ଡାର ଖୋଲିବା ସହ ଚିଟଫଣ୍ଡ କ୍ଷତିଗ୍ରସ୍ତକୁ ତାଙ୍କ ଟଙ୍କା ଫେରାଇବାକୁ ହେଲେ ଓଡ଼ିଶାରେ ପରିବର୍ତ୍ତନ କରି ବିଜେପି ସରକାର ଆଣିବାକୁ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ