ନୂଆପଡ଼ା ଜିଲ୍ଲା କୋମନା ଥାନା ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ୪ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ଜଣାଯାଇଛି। ମାଓ କ୍ୟାମ୍ପରୁ ୪ ଲକ୍ଷ ମୂଲ୍ୟର ୨ ହଜାର ନୋଟ୍ ସହ ଦେଶୀ ବନ୍ଧୁକ ଓ ୪ ଗୁଳି ଜବତ ମଧ୍ୟ ହୋଇଛି।ସୂଚନା ଅନୁସାରେ, ଗତକାଲି ଶିବନାରାୟଣପୁର ଜଙ୍ଗଲରେ ୨୦ରୁ ୩୦ ନକ୍ସଲ ସଂଗଠିତ ହୋଇଥିବା ଗୋଇନ୍ଦା ସୂତ୍ରରୁ ଖବର ପାଇ ସ୍ବତନ୍ତ୍ର ସୁରକ୍ଷା ବାହିନୀର (ଏସ୍ଓଜି) ସର୍ଚ୍ଚ ଅପରେସନରେ ବାହାରିଥିଲେ। ସେତେବେଳକୁ ରାତି ପ୍ରାୟ ୩ଟା ସମୟ। ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚଳାଇଥିଲେ। ଯବାନମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। ତେବେ, ନକ୍ସଲଙ୍କ ଗୁଳିରେ ଏସ୍ଓଜି ଯବାନ ପ୍ରକାଶ ସାଇ ଆହତ ହୋଇଥିଲେ। ତାଙ୍କ ବେକରେ ଗୁଳି ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଛତିଶଗଡ଼ର ଗରିଆବନ୍ଧ ମୁଖ୍ୟ ଡାକ୍ତରଖାନା ପରେ ରାୟପୁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି।
Trending
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
Prev Post