ଧାମନଗର ଉପନିର୍ବାଚନ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଧାମନଗରରେ ଜମୁଛି ନିର୍ବାଚନ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଡେରା ପକାଇଛନ୍ତି ବରଷ୍ଠ ନେତା ମନ୍ତ୍ରୀ । ପ୍ରଚାର କରିବାକୁ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗାଁ ଗାଁ ବୁଲି ଲୋକଙ୍କୁ ଭୋଟ ପାଇଁ ନିବେଦନ କରୁଛନ୍ତି ।ଧାମନଗର ଉପନିର୍ବାଚନ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । କହିଛନ୍ତ. ‘ଗୋରା ବି ଦିନେ ଶାସନ କରୁଥିଲେ, । ସେହିପରି ରାବଣ ଓ ଦୁର୍ଯ୍ୟୋଧନଙ୍କ ଅହଙ୍କାର ବି ରହିନାହିଁ’ । ଏପରି କିଛି କହି ଶାସକ ବିଜେଡିକୁ ତେରେଛା ବାଣ ମାରିଛନ୍ତି ଧର୍ମେନ୍ଦ୍ର । ଅନ୍ୟପଟେ ବିଧାୟକ ଅରୁଣ ସାହୁ କହିଛନ୍ତି, ଲୋକ ବିଜେଡି ସହ ଅଛନ୍ତି । ଏସବୁ ଭିତରେ ଶନିବାର ତୃତୀୟ ଥର ପାଇଁ ଉଭୟ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପରସ୍ପର ବିରୋଧରେ ଫେରାଦ ହୋଇଛନ୍ତି ।