ଧାମନଗରର ଉପନିର୍ବାଚନ ପାଇଁ ରାଜନୀତି ସରଗରମ
ଧାମନଗରର ଉପନିର୍ବାଚନ ପାଇଁ ସରଗରମ ହୋଇଛି ରାଜନୀତି । ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ବିଜେପି କିନ୍ତୁ ପ୍ରାର୍ଥୀ ଘୋଷଣା କରି ପ୍ରଚାରକୁ ଜୋରଦାର କରିଛି ।ସେପଟେ ବିଜେଡ଼ି ଧାମନଗର ଉପନିର୍ବାଚନା ପାଇଁ ସ୍ୱତନ୍ତ୍ର ପ୍ଲାନ୍ କରିଛି । ତିହିଡ଼ି ଓ ଧାମନଗର ବ୍ଲକ ପାଇଁ ନେତାମାନଙ୍କୁ ଦେଇଛି ବିଜେଡ଼ି । ତିହିଡ଼ି ବ୍ଲକ ପାଇଁ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଷ୍ଣୁବ୍ରତ ରାଉତରାୟ, ଜ୍ୟୋତି ପାଣିଗ୍ରାହୀ ଓ ପର୍ଶୁରାମ ଧଡ଼ାଙ୍କୁ ବିଜେଡି ଦାୟିତ୍ୱ ଦେଇଛି । ସେହିପରି ଧାମନଗର ବ୍ଲକ ପାଇଁ ମନ୍ତ୍ରୀ ପ୍ରୀତି ରଞ୍ଜନ ଘେଡ଼େଇ, ସାଂସଦ ମଞ୍ଜୁଲତା ମଣ୍ଡଳ, ଅଶୋକ ବଳ, ପ୍ରଫୁଲ୍ଲ ସାମଲ, ଅମର ଶତପଥୀ, ସୁନନ୍ଦା ଦାସଙ୍କୁ ଦାୟିତ୍ୱ ଦିଆଯାଇଛି ।