ଧାମନଗର ଉପନର୍ବାଚନ ପ୍ରଚାର ମୈଦାନରେ ଧର୍ମେନ୍ଦ୍ର ପ୍ରଧାନ
ଧାମନଗର: ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧାମନଗର ଉପନର୍ବାଚନରେ ବିଜେପି ପାଇଁ ପ୍ରଚାର କରିଛନ୍ତି ଧର୍ମେନ୍ଦ୍ର । ତାଙ୍କୁ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାମାନେ ସଂମ୍ବର୍ଧନା ଦେଇଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ଧାମନଗର ମେଡିକାଲ ବଜାରରରେ ଆୟୋଜନ କରାଯାଇଥିବା ଏକ ପଦଯାତ୍ରାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପରେ କୋଥାର ଛକ ଏବଂ ସହୀଦ ପୀଠ ନିକଟରେ ଆୟୋଜନ କରାଯାଇଥିବା ଅନ୍ୟ ଦୁଇଟି ପଦଯାତ୍ରାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
