ଆସନ୍ତାକାଲି ପ୍ରକାଶ ପାଇବ ଧାମନଗର ଉପନିର୍ବାଚନ ଫଳାଫଳ
ଧାମନଗର: ରାତିପାହିଲେ ପ୍ରକାଶ ପାଇବ ଧାମନଗର ଫଳାଫଳ । ବିଜେଡି ଜିତିବ କି ବିଜେପି ଜିତିବ ତାହା ଆସନ୍ତାକାଲି ଜଣାପଡିବ । ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ ବିଜେପି ଏହି ଆସନରେ ପୁଣି ବିଜୟ ହାସଲ କରିବା ପାଇଁ ଆଶା ରଖିଛି । ସହାନୁଭୂତି ଭୋଟରେ ସୂର୍ଯ୍ୟବଂଶୀ ସୂରଜ ନିର୍ବାଚନ ଜିତିବେ ବୋଲି ବିଜେପି କହୁଥିବା ବେଳେ ତାଙ୍କ ସାମ୍ନାରେ ବିଜୁ ଜନତା ଦଳ (ବିଜେଡି) ର ଅବନ୍ତୀ ଦାସ ଟକ୍କର ଦେଇଛନ୍ତି । ସେ ମଧ୍ୟ ଆଶା ରଖିଛନ୍ତି ଜିତିବା ପାଇଁ । ସେପଟେ ପୂର୍ବତନ ବିଧାୟକ ରାଜୁ ଦାସ ମଧ୍ୟ କହୁଛନ୍ତି ସେ ଏଥର ଜିତିବେ । କଂଗ୍ରେସର ବାବା ହରେକୃଷ୍ଣ ସେଠୀ କିନ୍ତୁ ଜିତିବା ସ୍ଥିିତିରେ ନାହାଁନ୍ତି । ତେବେ କାହାକୁ ପସନ୍ଦ କରିଛନ୍ତି ଧାମନଗର ଭୋଟର ତାହା କାଲି ମଧ୍ୟାହ୍ନ ବେଳକୁ ସ୍ପଷ୍ଟ ହୋଇଯିବ ।
ସୂଚନା ଅନୁସାରେ ରବିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ୧୪ଟି ଟେବୁଲରେ, ୧୮ ରାଉଣ୍ଡ ଗଣତି କରାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦିନ ୨ଟା ସୁଦ୍ଧା ସମସ୍ତ ଫଳାଫଳ ଆସିବା ସମ୍ଭାବନା ରହିଛି । ଫଳାପଳ ପୂର୍ବରୁ ଭୋଟ ଗଣତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।