ଆଜିଠୁ ଜୋରଦାର ହେବ ଧାମନଗର ଉପନିର୍ବାଚନ ପ୍ରଚାର

ଆଜିଠୁ ଜୋରଦାର ହେବ ଧାମନଗର ଉପନିର୍ବାଚନ ପ୍ରଚାର । ମଇଦାନକୁ ଓହ୍ଲାଇବେ ବିଭିନ୍ନ ଦଳର ଷ୍ଟାର କ୍ୟାମ୍ପେନରଙ୍କ ସହ ଦଳର ବରିଷ୍ଠ ନେତା । ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍ । ରୋଡ୍ ସୋ’ କରିବା ସହ ଘରକୁ ଘର ଯାଇ ପ୍ରଚାର କରିବେ । ପ୍ରାର୍ଥୀମାନେ ମଧ୍ୟ ସମର୍ଥକଙ୍କ ସହ ଯାଇ ନିଜ ପାଇଁ ଭୋଟ୍ ମାଗିବେ । ଏହା ସହ ବିଭିନ୍ନ ସ୍ଥାନରେ ସଭା ସମିତ ମାନ କରାଯିବ ।

ଏବେ ନିର୍ବାଚନ ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ । ବିଜେପିରୁ ସୂର୍ଯ୍ୟବଂଶୀ ସୂରଜ, ବିଜେଡିରୁ ଅବନ୍ତୀ ଦାସ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ, ସ୍ୱାଧୀନ ଭାବେ ରାଜେନ୍ଦ୍ର ଦାସ ଓ ପବିତ୍ର ମୋହନ ଦାସ ରହିଛନ୍ତି । ରାଜେନ୍ଦ୍ର ଦାସଙ୍କୁ ନୌକା ଓ ପବିତ୍ର ମୋହନ ଦାସଙ୍କୁ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଚିହ୍ନ ମିଳିଛି । ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଧାମନଗର ନିର୍ବାଚନ ତାତି ବଢିବାରେ ଲାଗିଛି ।