ପୁଣି ଧାରଣାରେ ଦୀପିକା

ବ୍ରହ୍ମପୁର: ନିଜର ହକ ପାଇଁ  କେ. ଦୀପିକା ପୁଣିଥରେ ଦେଶୀବେହେରା ସାହିସ୍ଥିତ କେ. ଦିନେଶଙ୍କ ଘର ବାରଣ୍ଡାରେ ଧାରଣା ଆରମ୍ଭ କରିଛନ୍ତି। ଜନ୍ମିତ ପୁଅକୁ ବାପାର ଅଧିକାର ଏବଂ ତାଙ୍କୁ ପତ୍ନୀର ମାନ୍ୟତା ଦାବି କରି ଦୀପିକା ଏହି ଧାରଣା ଦେଇଥିବା କହିଛନ୍ତି। ଗତ ୩ଦିନ ଧରି ସେ ଦିନେଶଙ୍କ ଘର ଦୁଆରେ ଧାରଣା ଦେଇଥିବା ବେଳେ ଏବେ ତାଙ୍କୁ ମିଳିଥିବା ଡିଏନ୍‌ଏ ରିପୋର୍ଟର ଏକ ଫ୍ଲେକ୍ସ ଲଗାଇ ବସିଛନ୍ତି।   ଦୀପିକା ଗତବର୍ଷ ଠାରୁ ଦିନେଶ୍‌ଙ୍କ ଘର ଦୁଆରେ ଧାରଣା ଦେଇ ଆସୁଥିଲେ। କିଛି ଦିନ ଏଥିରୁ ନିବୃତ୍ତ ରହିବା ପରେ ଗତ ତିନି ଦିନ ଧରି ପୁଣି ଧାରଣା ଆରମ୍ଭ କରିଛନ୍ତି। ଧାରଣାର ପ୍ରଥମ ଦିନ ତାଙ୍କ ଉପରେ ଦିନେଶଙ୍କ ମା’ ଓ ଜେଜେମା’ ଲଙ୍କାଗୁଣ୍ଡ ପାଣି ପକାଇଥିବା ନେଇ ସେ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଛି। ଏଥିପୂର୍ବରୁ ବି ଦୀପିକା ଧାରଣା ଦେବା ସମୟରେ ବିଭିନ୍ନ ବିବାଦ ଉପୁଜିଥିଲା। ପରସ୍ପର ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି ।