ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ହିନ୍ଦୁ ସଂଗଠନ
ଭୁବନେଶ୍ୱର: ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ସିବିଆଇ ତଦନ୍ତ ଓ ୨୫ ବର୍ଷ ଧରି କେନ୍ଦୁଝର ଜେଲ୍ରେ ସଜା କାଟୁଥିବା ହିନ୍ଦୁ ନେତା ଦାରା ସିଂହଙ୍କୁ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ ଜଣାଇଛି ସତ୍ୟ ସନାତନ ସମାଜ। ଯନ୍ତ୍ରୀ ଦେବାଶିଷ ହୋତାଙ୍କ ନେତୃତ୍ବରେ ଲୋୟର ପିଏମଜିରେ ଆଜି ଏକାଠି ହୋଇଥିବା ସନାତନୀମାନେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିବାକୁ ପ୍ରତିଶ୍ରୁତି ଦେଇଥିବା ସଂଗଠନ ପକ୍ଷରୁ କୁହାଯାଇଛି। ସେ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସଂସ୍ଥା କରିଥିବା ତଦନ୍ତ ଅନୁସାରେ ଗତ ୨୦୧୩ରେ ଫୁଲବାଣୀ କୋର୍ଟ ୭ ଜଣ ବ୍ୟକ୍ତିଙ୍କୁ ଦଣ୍ଡ ଦେଇଥିଲା। ସମ୍ପୃକ୍ତ ୭ ଜଣ ୨୦୧୯ ମସିହାରୁ ଜାମିନ ପାଇ ବାହାରେ ଅଛନ୍ତି। ୨୦୧୫ ମସିହାରୁ ତତ୍କାଳୀନ ବିଜେଡି ସରକାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟକୁ ଗତ ସାର୍ବଜନୀନ କରୁନାହିଁ। ଏଣୁ ସନ୍ଦେହ ବଢ଼ିଛି। ୧୯୯୯ ମସିହା ଗ୍ରାହମ୍ ଷ୍ଟେନ୍ସ୍ ହତ୍ୟାର ଷଡ୍ଯନ୍ତ୍ରକାରୀ ବୋଲି ହିନ୍ଦୁ ନେତା ଦାରା ସିଂ ୨୫ ବର୍ଷ ହେବ କେନ୍ଦୁଝର ଜେଲ୍ରେ ସଜ୍ଜା କାଟୁଥିବା ବେଳେ ୨୦୦୮ ମସିହା ଲକ୍ଷ୍ମଣାନନ୍ଦ ହତ୍ୟାର ଷଡ୍ଯନ୍ତ୍ରକାରୀ କନ୍ଧମାଳ ଜିଲ୍ଲା ସ୍ୱରୁପାନନ୍ଦ ପାତ୍ରଙ୍କ ପୁଅ ସସ୍ମିତ୍ ପାତ୍ର ବିଜେଡି ରାଜ୍ୟସଭା ସାଂସଦ ଭାବରେ କାହିଁକି ଖୋଲାରେ ବୁଲୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।