ନୂଆଦିଲ୍ଲୀ:ଦିଲ୍ଲୀ ଅଧ୍ୟାଦେଶ ବିଲ୍ ଲୋକସଭାରେ ଗୃହୀତ ହୋଇଛି । ଦିଲ୍ଲୀରେ ଅଧିକାରୀଙ୍କ ବଦଳି ଏବଂ ନିଯୁକ୍ତି ଅଧ୍ୟାଦେଶକୁ ଆଇନରେ ପରିଣତ କରିବାପାଇଁ ଅଣାଯାଇଥିବା ବିଲ୍ ଲୋକସଭାରେ ବାଚନିକ ଭୋଟ୍ରେ ଗୃହୀତ ହୋଇଯାଇଛି। ବିଲ୍ର ପ୍ରାବଧାନ ଅନୁଯାୟୀ ଉପରାଜ୍ୟପାଳ ହିଁ ଦିଲ୍ଲୀରେ ଅଧିକାରୀଙ୍କ ବଦଳି ଏବଂ ନିଯୁକ୍ତି ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବେ। ସମ୍ବିଧାନର ଧାରା ୨୩୯AA ଅନୁସାରେ ଦିଲ୍ଲୀ ସମ୍ପର୍କିତ କୌଣସି ପ୍ରସଙ୍ଗରେ ସଂସଦ ଆଇନ କରିପାରିବ । ଏନେଇ ବିଜେଡି ପକ୍ଷରୁ ପିନାକୀ ମିଶ୍ର କହିଥିଲେ, କେନ୍ଦ୍ର ଚାହିଁଲେ ଏହି ନିୟମ ଓଡ଼ିଶା, ରାଜସ୍ଥାନ କି ପଶ୍ଚିମବଙ୍ଗ ପାଇଁ ଆଣିପାରିବେ ନାହିଁ । କାରଣ ଦିଲ୍ଲୀ ହେଉଛି କେନ୍ଦ୍ରଶାସିତ ଅଞ୍ଚଳ । ସମ୍ବିଧାନରେ ଦିଲ୍ଲୀ ପାଇଁ କେନ୍ଦ୍ର ସରକାରଙ୍କୁ କ୍ଷମତା ଦିଆଯାଇଥିବାରୁ ବିଜେଡି ସମର୍ଥନ କରିଥିବା କହିଛନ୍ତି ପିନାକୀ ମିଶ୍ର ।ଦିଲ୍ଳୀରେ ବିଜେପି ଏବଂ କଂଗ୍ରେସ ସରକାର କିଭଳି ଅତୀତରେ ଏକାଠି କାମ କରିଛନ୍ତି ତାହା ଉଲ୍ଲେଖ କରି ଗୃହମନ୍ତ୍ରୀ ଅମିତ ଶାହ ଆପ୍କୁ କଟାକ୍ଷ କରିଛନ୍ତି। ଶାହ ମଧ୍ୟ ସମସ୍ତ ଇଣ୍ଡିଆ ମେଣ୍ଟର ସାଂସଦଙ୍କୁ ଦିଲ୍ଲୀ ସଂକ୍ରାନ୍ତରେ ଚିନ୍ତା କରିବାପାଇଁ କହିଛନ୍ତି। ସେ କହିଛନ୍ତି, ସମସ୍ତ ଦଳକୁ ଏହା ମୋର ଅନୁରୋଧ ଯେ କେବଳ ରାଜନୈତିକ ଫାଇଦାପାଇଁ ଏବଂ ନିର୍ବାଚନ ଜିତିବାପାଇଁ ଏଭଳି ରାଜନୀତିକୁ ସମର୍ଥନ କରିବା ଠିକ୍ ନୁହେଁ। ବିରୋଧୀ ସାଂସଦମାନେ ମେଣ୍ଟ ବଦଳରେ ଦିଲ୍ଲୀ କଥା ଚିନ୍ତା କରିବା ଏବଂ ଲୋକଙ୍କ ସ୍ବାର୍ଥକୁ ତ୍ୟାଗ ନକରିବାପାଇଁ ଶାହ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି।
Trending
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
Prev Post