୨୫ ତାରିଖ ସକାଳେ ବାଂଲାଦେଶ ଉପକୂଳରେ ମାଡ଼ ହୋଇପାରେ ବାତ୍ୟା
ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ସକ୍ରିୟ ଅବପାତ ଗଭୀର ଅବପାତର ରୂପ ନେଇଛି । ଏହା ସାମାନ୍ୟ ଦିଗ ବଦଳାଇ ଉତର-ଉତର ପୂର୍ବ ଗତି କରିବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତାକାଲି ସକାଳ ବେଳକୁ ବାତ୍ୟାର ରୂପ ନେଇପାରେ । ବାତ୍ୟା ସୃଷ୍ଟି ହେବା ପରେ ଉତର-ଉତର ପୂର୍ବ ମୁହାଁ ହୋଇ ଆଗକୁ ବଢିବ । ୨୫ ତାରିଖ ସକାଳୁ ବାଂଲାଦେଶ ଉପକୂଳର ତିଙ୍କୋଣା ଦ୍ୱୀପ ଓ ସାଣ୍ଡୱିପ୍ ମଝିରେ ସ୍ଥଳଭାଗ ଛୁଇଁପାରେ । ଓଡ଼ିଶା ଉପକୂଳର ବହୁ ଦୂରରେ ବାତ୍ୟା ଅତିକ୍ରମ କରିବ । ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ୬ ଘଂଟା ହେବ ଏହା ଘଂଟା ପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି । ସେପଟେ ପାରାଦୀପ ଡପ୍ଲର ରାଡାରରେ ଦୃଶ୍ୟମାନ ହୋଇଛି ଗଭୀର ଅବପାତ ସହ ବାହ୍ୟ ବାଦଲ ସମୂହ । ବାତ୍ୟା ପ୍ରଭାବରେ ଆଜି କେନ୍ଦ୍ରାପଡା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ବର୍ଷା ହୋଇପାରେ ।