ସାଇବର ଠକଙ୍କୁ ଲଗାମ ଲଗାଇ ହେବ କି?

ଭୁବନେଶ୍ବର: ସାଇବର ଠକଙ୍କ ଜାଲରେ ନପଡ଼ିବା ପାଇଁ ଟୁଇନସିଟିରେ ସ୍କୁଲରେ ଖୋଲିଲା ସାଇବର ସିକ୍ୟୁରିଟି କ୍ଲବ । ତେବେ ଏହା କଣ ସାଇବର ଠକେଇକୁ ରୋକି ପାରିବ? ରାଜଧାନୀର ବିଭିନ୍ନ ସ୍କୁଲରେ ଆରମ୍ଭ ହେଲା ସାଇବର ସଚେତନତା କାର୍ଯ୍ୟକ୍ରମ । ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ କରିଯାଇଛି । ଡିସିପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ସିକ୍ୟୁରିଟି କ୍ଲ ବ ଶୁଭାରମ୍ଭ କରାଯାଇଛି । ଏଥିରେ ପିଲାଙ୍କ ସହ ସ୍କୁଲ କର୍ମକର୍ତ୍ତାଙ୍କୁ କରାଯାଇଛି ସଚେତନ । ତେବେ ଏହି ସଚେତନତା ସାଇବର ଠକେଇ ରୋକିବାରେ କେତେ ସହାୟକ ହେଉଛି ତାହା ସମୟ କହିବ । ପୋଲିସର ଅପରାଗତା ଯୋଗୁ ଠକାମିର ଶିକାର ହେଉଥିବା ଲୋକଙ୍କ ପଇସା ଫେରିପାରୁନାହିଁଁ । ତେବେ ଏପରି ଉଦ୍ୟମ କି ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା ।