ଗଣେଶ ପୂଜା ଭସାଣି ରେ ଡ଼ିଜେ ଉପରେ ଲାଗିଲାକଟକଣା

ଭୁବନେଶ୍ବର: ଆଦ୍ୟ ଦେବତା ଶ୍ରୀ ଗଣେଶଙ୍କ ପୂଜା ଆସନ୍ତା ୭ ତାରିଖ ଦିନ ଠାରୁ ଆରମ୍ଭ ହେବ। ଦେଶବ୍ୟାପୀ ଗଣେଶ ପୂଜା ଉତ୍ସାହର ସହିତ ପାଳନ କରାଯିବ। ଓଡ଼ିଶାରେ ପ୍ରସିଦ୍ଧ ଜଟଣୀ, ତାଳଚେର, ଦେବଗଡ଼ ସମେତ କଟକ ଓ ଭୁବନେଶ୍ବରରେ ମଧ୍ୟ ଧୁମଧାମ୍‌ରେ ଗଣେଶ ପୂଜାର ଆୟୋଜନ ହେବ। ରାଜଧାନୀ ଭୁବନେଶ୍ବରରେ ଗଣେଶ ପୂଜାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମୂର୍ତ୍ତି ଗଢ଼ା କାମ ଜୋରସୋରରେ ଚାଲିଛି।ଆଉ କିଛିଦିନ ମଧ୍ୟରେ ତୋରଣ କମ ଆରମ୍ଭ ହୋଇଯିବ| ତେବେ ଗଣେଶ ପୂଜାର ସ୍ଵତନ୍ତ୍ର ଆକର୍ଷଣ କୁହାଯାଉଥିବା ଭସାଣ ଉତ୍ସବରେ ଡିଜେ ସାଉଣ୍ଡ ଉପରେ ସମ୍ପୂର୍ଣ କଟକଣା ଜାରି ହୋଇଛି ।ଚଳିତ ବର୍ଷ  ଡ଼ିଜେ ସାଉଣ୍ଡ ସମ୍ପୂର୍ଣ ରୂପେ ବନ୍ଦ କରିଛନ୍ତି ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ |

କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଚଳିତବର୍ଷ ଗଣେଶ ପୂଜାରେ ଭୁବନେଶ୍ୱରରେ ଡିଜେ ବନ୍ଦ ହେବ। ଡିଜେ ବଦଳରେ  ପାରମ୍ପରିକ ବାଦ୍ୟ ଢୋଲ, ନିଶାଣ, ତାସା, ପେଁକାଳୀ ବାଜିବ। ।ଏ ନେଇ କମିସନରେଟ ପୁଲିସ ଓ ରାଜଧାନୀର ବିଭିନ୍ନ ପୂଜା କମିଟି ମଧ୍ୟରେ ସମନ୍ବୟ ବୈଠକ ବସିଛି। ପୂଜାକୁ କିଭଳି ନିଶାମୁକ୍ତ କରାଯିବ, ତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଡିସିପି। ଭସାଣ ଶୋଭାଯାତ୍ରା ପୂର୍ବରୁ ପୁଲିସ ଅନୁମତି ଜରୁରୀ। ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ କରାଯାଇଛି। ସେଭଳି ଘଟଣା ନଜରକୁ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟ୍ରାଫିକ ମ୍ୟାନେଜମେଣ୍ଟ ବା ଅଧିକ ଭିଡ ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ମୁତୟନ ରହିବେ । ସିସିଟିଭି ସାରା ସହରରେ ରହିବ। ପବ୍ଲିକ ଭଲ୍ୟୁଣ୍ଟର ମଧ୍ୟ ନିୟୋଜିତ କରିବେ ପୂଜା କମିଟି। ପୂଜା ପରେ ୮, ୧୧ଓ ୧୨ ତାରିଖରେ ଭଷାଣି ପାଇଁ ସ୍ଥିର କରାଯାଇଛି। ପୁଲିସର ସମସ୍ତ ନିଷ୍ପତ୍ତିରେ ସହମତି ପ୍ରକାଶ କରିଛନ୍ତି ରାଜଧାନୀର ସମସ୍ତ ପୂଜା କମିଟି।