ରାଜଧାନୀ ବଜାରରେ ନକଲି ସିଗାରେଟ
ଭୁବନେଶ୍ବର: ନକଲି ଗୁଟଖା, ନକଲି ସର୍ଫ, ନକଲି ମସଲା ପରେ ଏବେ ନକଲି ସିଗାରେଟ । ଭୁବନେଶ୍ୱରରେ ତିଆରି ହେଉଛି ଏହି ନକଲି ସିଗାରେଟ୍ । ରାଜଧାନୀ ଉପକଣ୍ଠ ଛତବର ଗ୍ରାମପଂଚାୟତ ଅଲକର ଗ୍ରାମରେ ଏକ ନକଲି ସିଗାରେଟ କମ୍ପାନୀ ଥିବା ଦେଖିବାକୁ ମିଳିଛି । ବିହାରର ଏକ ପ୍ରତିଷ୍ଠିତ ସିଗାରେଟ କମ୍ପାନୀ ଏଚ୍ ୧୦ ନାମରେ ଏହି ନକଲି ସିଗାରେଟ ପ୍ରସ୍ତୁତ ହେଉଥିଲା । ଏହା ବ୍ୟତୀତ ଅନ୍ୟ ଏକ ସିଗାରେଟକୁ ଏସ ଷ୍ଟାର ନାମରେ ପ୍ରସ୍ତୁତ କରାଯାଉଥିଲା ।
ଗୁଇନ୍ଦା ଅଧିକାରୀଙ୍କ କହିବା ଅନୁଯାୟୀ, ଏଚ୍ ୧୦ ହେଉଛି ବିହାରର ଏକ ପ୍ରତିଷ୍ଠିତ ସିଗାରେଟ କମ୍ପାନୀ । ଏହି ନାମରେ ଏଠାରେ ପ୍ରସ୍ତୁତ ହେଉଥିଲା ନକଲି ସାମଗ୍ରୀ । ଏ ନେଇ ଗୁଇନ୍ଦା ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା ।