ଲାଞ୍ଚୁଆ ସରକାରୀ କର୍ମଚାରୀ ନିଲମ୍ବିତ
ବାତ୍ୟାରେ କ୍ଷୟକ୍ଷତି ସହିଥିବା ଚାଷୀଙ୍କୁ କ୍ଷତିପୂରଣ ଦେବା ବେଳେ ଲୋକଙ୍କଠାରୁ କର୍ମଚାରୀ ଲାଞ୍ଚ ନେଉଥିବା ନେଇ ଭିଡିଓ ଭାଇରାଲ୍ ହେବା ପରେ ଭଦ୍ରକ ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଭିଯୁକ୍ତ ଭଗବତୀ କିସାନଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା କୃଷି ଅଧିକାରୀ ।