ଚୁକ୍ତିଭିତ୍ତିକ ନିଯୁକ୍ତି
ରାଜ୍ୟ ସରକାର ୨୦୧୩ ମସିହାରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ନେଇଥିବା ଐତିହାସିକ ଭୁଲକୁ ସ୍ୱୀକାର କରି କିଂଚିତ ସମାଧାନର ଘୋଷଣା କରିବା ସ୍ୱାଗତଯୋଗ୍ୟ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିବା ସମ୍ପର୍କରେ ସୂଚନା ଦେବା ପରେ ଶ୍ରୀ ମିଶ୍ର ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।
ସେ କହିଛନ୍ତି ଯେ, ୨୦୧୩ ମସିହାରୁ ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖି ଚୁକ୍ତିଭିତ୍ତିକ ନିଯୁକ୍ତିର ମହାଦୁର୍ନୀତି ବିଜେଡି ସରକାର ଆରମ୍ଭ କରିଥିଲେ । ସେହି ଐତିହାସିକ ଭୁଲକୁ ସ୍ୱୀକାର କରି କିଂଚିତ ସମାଧାନ ପାଇଁ ଘୋଷଣା କରିବା ସ୍ୱାଗତଯୋଗ୍ୟ । ମାତ୍ର ରାଜ୍ୟ ସରକାର ନିଜର ପୂର୍ବ ଘୋଷଣା ପରି ଯୁବପିଢ଼ିଙ୍କୁ ନିରାଶ କରିବେ ନାହିଁ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।