ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଆଗକୁ ପଶି ଆସିଲେ ଦିବ୍ୟାଙ୍ଗ ଯୁବକ
ବାଲେଶ୍ବର: ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗକୁ ପଶି ଆସିଥିଲେ ଜଣେ ଦିବ୍ୟାଙ୍ଗ ଯୁବକ। ତାଙ୍କର ଘରେ ଖଣ୍ଡେ ପାଇଁ ସେ ଏପରି କରିଥିବା କହିଛନ୍ତି । ତାଙ୍କ ନାଁ ମୃତ୍ୟୁଞ୍ଜୟ ଉପାଧ୍ୟାୟ। ତାଙ୍କ ଘର ଖଇରା ବ୍ଲକ ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଭୋଗପୁର ଗାଁରେ ବୋଲି ଜଣାଯାଇଛି। ଶୋଭାରାମପୁରଠାରେ ଏକ ରେଲୱେ ଓଭରବ୍ରିଜ (LC-79) ଉଦଘାଟନ ଘରି ଫେରିବା ବେଳେ ହଠାତ୍ ମୃତ୍ୟୁଞ୍ଜୟ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗକୁ ପଶି ଆସିଥିଲେ। ସେଠାରେ ମୁତୟନ ଥିବା ପୁଲିସ କର୍ମଚାରୀମାନେ ମୃତ୍ୟୁଞ୍ଜୟଙ୍କୁ ହେପାଜତକୁ ନେଇଥିଲେ।