ଆଜି ଚାଷୀଙ୍କ ଖାତାକୁ ଯାଇଛି ସିଏମ୍‌ କିଷାନର ୩ୟ କିସ୍ତି ଟଙ୍କା

ସିଏମ୍‌ କିଷାନ ୩ୟ କିସ୍ତି ଟଙ୍କା ବୁଧବାର ରବି ଫସଲ ପାଇଁ ଚାଷୀଙ୍କ ଖାତାକୁ ଯାଇଛି। ଡିବିଟି ଜରିଆରେ ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଠାଇଛନ୍ତି। ଏହିକ୍ରମରେ ଗଞ୍ଜାମ ଜିଲାର ୩ ଲକ୍ଷ ୧୯ ହଜାର ୪୪୯ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ଏହି କିସ୍ତି ଟଙ୍କା ଯାଇଥିବା ସୂଚନା ଦିଆଯାଇଛି। ସେଥିମଧ୍ୟରେ ୩ଲକ୍ଷ ୧୩ ହଜାର ୩୫୧ଜଣ କ୍ଷୁଦ୍ର ନାମମାତ୍ର ଚାଷୀ ରହିଥିବାବେଳେ ୬ ହଜାର ୯୮ ଜଣ ଭୂମିହୀନ ଚାଷୀ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଛତ୍ରପୁରସ୍ଥିତ ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ମୁଖମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ ଏଠାରେ ଉପସ୍ଥିତମାନେ ଯୋଡ଼ି ହୋଇଥିଲେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇଥିଲେ। ସେ କହିଛନ୍ତି ଯେ, ଆଗାମୀ ୩ ବର୍ଷ ମଧ୍ୟରେ ଓଡ଼ିଶାକୁ କୃଷି ଭିତ୍ତିକ ରାଜ୍ୟ ପରିପ୍ରେକ୍ଷୀରେ କୃଷିଜାତ ପଦାର୍ଥ ଏକ୍ସପୋର୍ଟର ହବ୍‌ ଭାବେ ଗଢ଼ି ତୋଳିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Leave a comment