ଜେଏନୟୁରେ ଛାତ୍ରସଂଘ ନିର୍ବାଚନରେ ବାଜିମାତ କଲା ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ

ଜେଏନୟୁରେ ଛାତ୍ରସଂଘ ନିର୍ବାଚନରେ ବାଜିମାତ କଲା ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ। ସମସ୍ତ ୪ଟି ପଦବୀରେ ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଛାତ୍ରସଂଘ ସଭାପତି ଭାବେ ବିଜୟୀ ହୋଇଛନ୍ତି ଏଆଇଏସଏର ଅଦିତି ମିଶ୍ରା । ଏବିଭିପି ପ୍ରାର୍ଥୀ ବିକାଶ ପଟେଲଙ୍କୁ ପରାଜିତ କରି ସଭାପତି ଭାବେ ଜିତିଛନ୍ତି ଅଦିତି । ଉପସଭାପତି, ସାଧାରଣ ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ପଦରେ ମଧ୍ୟ ବିଜୟଧ୍ବଜା ଉଡାଇଛି ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ । କଡା ଟକ୍କର ଦେଇଥିଲେ ଏବିଭିପି ପ୍ରାର୍ଥୀ । ଛାତ୍ରସଂଘ ସଭାପତି ହୋଇଥିବା ଅଦିତିଙ୍କ ଘର ଉତ୍ତରପ୍ରଦେଶରେ ହୋଇଥିବା ବେଳେ ଏବେ ଜେଏନୟୁରେ ପିଏଚଡି କରୁଛନ୍ତି।  ଗତବର୍ଷ କେବଳ ଗୋଟିଏ ପଦବୀକୁ ଛାଡି ଅନ୍ୟ ପଦବୀରେ ଜେଏନୟୁରେ ଲାଲ ଧ୍ବଜା ଉଡାଇଥିଲା ଏଆଇଏସଏ ଓ ଏସଏଫଆଇ । ଜେଏନୟୁ ଛାତ୍ର ସଂଘ ନିର୍ବାଚନରେ ମୋଟ ୯,୦୪୩ ଛାତ୍ରଙ୍କ ମଧ୍ୟରୁ ୬୭ ପ୍ରତିଶତ ମତଦାନ ହୋଇଥିଲା । ମୁଖ୍ୟତଃ ସଭାପତି ପଦ ପାଇଁ ଏବିଭିପି ତରଫରୁ ବିକାଶ ପଟେଲ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ୧୪୪୭ ଭୋଟ ମିଳିଥଥିଲା । ତାଙ୍କୁ ବାମ ଛାତ୍ର ସଂଗଠନର ଅଦିତି ମିଶ୍ରା ୧୮ ଶହ ଭୋଟରେ ପରାଜିତ କରିଛନ୍ତି । ସେହିଭଳି ଉପସଭାପତି ପଦରେ ଗୋପିକା ବାବୁ ଓ ସାଧାରଣ ସମ୍ପାଦକ ପଦରେ ସୁନିଲ ଯାଦବ ବିଜୟୀ ହୋଇଛନ୍ତି । ଯୁଗ୍ମ ସମ୍ପାଦକ ପଦରେ ଦାନିଶ ଅଲ୍ଲୀ ବିଜୟୀ ହୋଇଛନ୍ତି । ସଭାପତି ପଦରେ ବିଜୟୀ ହୋଇଥିବା ଅଦିତି ଉତ୍ତରପ୍ରଦେଶ ବନାରସର ବାସିନ୍ଦା । ସେ ବିହାରରେ ସ୍କୁଲ ଶିକ୍ଷା ସମାପ୍ତ ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଗ୍ରାଜୁଏସନ କରିଛନ୍ତି । ଗ୍ରାଜୁଏସନ ପରେ ଅଦିତି ପୁଡୁଚେରୀ ବିଶ୍ୱବିଦ୍ୟାଳୟରୁ ସାଉଥ୍ ଏସିଆନ ଷ୍ଟଡିଜରେ ମାଷ୍ଟର୍ସ କରିଛନ୍ତି । ଏବେ ସେ ଜେଏନୟୁରେ ସେଣ୍ଟର ଫର କମ୍ପରେଟିଭ୍ ପଲିଟିକ୍ସ ଆଣ୍ଡ ପଲିଟିକାଲ ଥିଓରୀରେ ପିଏଚଡି କରୁଛନ୍ତି ।

Leave a comment