ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
ଆସନ୍ତାକାଲି ସମ୍ବଲପୁରରେ ହେବ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର । ଏହା ପୂର୍ବରୁ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ | ଏହି ଜନ ଅଭିଯୋଗ ଶୁଣାଣି ଶିବିର ସମ୍ବଲପୁର ଦୁର୍ଗାପାଲିଠାରେ ହେବ । ଆସନ୍ତାକାଲିର ଅଭିଯୋଗ ଶୁଣାଣିରେ ୧୧ ମନ୍ତ୍ରୀ , ୧୦ ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ସଚିବଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିବେ | ଶିବିରରେ ୧୦ଟି ଜିଲ୍ଲାର ଜନସାଧାରଣ ଆସି ଅଭିଯୋଗ କରିପାରିବେ