ମାର୍ଚ୍ଚ ୨ରେ କେନ୍ଦୁଝର ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାର୍ଚ୍ଚ ୨ରେ ଆସିବେ। ମୟୂରଭଞ୍ଜ ଜିଲାରେ ୨ ଦିନିଆ ଗସ୍ତ କାର୍ଯ୍ୟକ୍ରମ ସାରି ୨ ତାରିଖ ପୂର୍ବାହ୍ନ ୧୦ଟା ୧୦ରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ଅବତରଣ କରିବେ। ସେଠାରେ ହେବାକୁ ଥିବା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି।

କାର୍ଯ୍ୟକ୍ରମ ସାରି ହେଲିକପ୍ଟରରେ ଚମ୍ପୁଆ ଯାଇ ମଧ୍ୟାହ୍ନ ୧୨ଟା୪୫ରେ ଚନ୍ଦ୍ରଶେଖର ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେବେ। ସେଠାରୁ ହେଲିକପ୍ଟରରେ କେନ୍ଦୁଝର ରିଜର୍ଭ ପଡ଼ିଆକୁ ଆସି ସଡ଼କ ପଥରେ ନିଜ ଗ୍ରାମ ରାଇକଳାକୁ ଯାଇ ଅପରାହ୍ନ ୪ଟାରେ ଏକ କ୍ରିକେଟ ମ୍ୟାଚ ଫାଇନାଲ ଉତ୍ସବରେ ଯୋଗଦେବେ।