କଟକ ଦୁର୍ଗାପୂଜା ବୁଲିଲେ ମୁଖ୍ୟମନ୍ତ୍ରୀ
ପବିତ୍ର ମହାନବମୀ ଉପଲକ୍ଷେ କଟକ ପ୍ରସିଦ୍ଧ ଦୁର୍ଗାପୂଜା ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩୦ରୁ ଅଧିକ ମଣ୍ଡପ ବୁଲିବା ସହ ନେବେ ମାଆଙ୍କ ଆଶିଷ।ଅପରାହ୍ନ ୪ଟାରେ କେନ୍ଦୁଝର ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ । ଆଜିଠୁ ତିନି ଦିନିଆ କେନ୍ଦୁଝର ଗସ୍ତରେ ଯାଇ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରି ଆଶିଷ ନେବେ । ଗତକାଲି ମହାଷ୍ଟମୀରେ ଭୁବନେଶ୍ଵରର ବିଭିନ୍ନ ମେଢ଼ ବୁଲିଥିବା ବେଳେ ଆଜି କଟକରେ ମାଆଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ |