ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି
ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା | ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ 5 ଲକ୍ଷ, 22 ହଜାର 336 ବିଦ୍ୟାର୍ଥୀ ଦେବେ ପରୀକ୍ଷା । ଏଥିପାଇଁ ବୋର୍ଡ ପକ୍ଷରୁ 3 ହଜାର 133 ଟି ପରୀକ୍ଷା କେନ୍ଦ୍ର ଓ 314 ଟି ନୋଡାଲ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ପ୍ରତି ସିଟିଂରେ ସକାଳ 9 ଟାରୁ ପରୀକ୍ଷା ଆରମ୍ଭ ହେବ। 7.30 ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପଡ଼ିବ। ତେବେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଟ୍ୱିଟ କରି କହିଛନ୍ତି, ଚାପମୁକ୍ତ ହୋଇ ସକରାତ୍ମକ ମନୋଭାବ ଏବଂ ଦୃଢ଼ ଆତ୍ମବିଶ୍ୱାସର ସହ ପରୀକ୍ଷା ଦେଇ ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରନ୍ତୁ। ସମସ୍ତ ପରୀକ୍ଷାର୍ଥୀଙ୍କ ସଫଳତା ଏଵଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।