ବରବାଟିରେ ଟିକେଟ ପାଇଁ ଧସ୍ତାଧସ୍ତି ବେଳେ ପୁଲିସର ଲାଠି ଚାର୍ଜ

କଟକ ବାରବାଟୀ ଷ୍ଟାଡ଼ିୟମ୍‌ରେ ଆସନ୍ତା ୯ତାରିଖରେ ଟିମ୍‌ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଏକ ଦିବସୀୟ କ୍ରିକେଟ୍‌ ମ୍ୟାଚ। ଏଥିଲାଗି ବୁଧବାର ଅଫଲାଇନ୍‌ ଟିକେଟ୍‌ ବିକ୍ରିବେଳେ ଅସମ୍ଭାଳ ଭିଡ଼ ହେବାରୁ ଧସ୍ତାଧସ୍ତି ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ମଙ୍ଗଳବାର ରାତିରୁ ଅନେକ ବ୍ୟକ୍ତି ଲାଇନ ଲଗାଇଥିବାବେଳେ ଟିକେଟ ନ ମିଳିବାରୁ ଅସନ୍ତୋଷ ବଢ଼ିଥିଲା। ଫଳରେ ଠେଲାପେଲା ଯୋଗୁ ପୋଲିସ ବ୍ୟାରିକେଡ୍‌ ଭାଙ୍ଗି ଯାଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୃଦୁ ଲାଠି ଚାଳନା କରିଥିଲା। ତେବେ କ୍ରିକେଟ ମ୍ୟାଚ ଦେଖିବା ଲାଗି ପାଗଳାମୀ ଯୋଗୁ ଏଭଳି ଅବସ୍ଥା ଘଟିଛି ବୋଲି ଅନେକେ କହୁଛନ୍ତି।