ବିଜେଡିରୁ ନିଲମ୍ବନ ନେଇ ମୁହଁ ଖୋଲିଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ । ସେ କହିଛନ୍ତି ମୁଁ ନବୀନ ପଟ୍ଟନାୟକ କି ପାଣ୍ଡିଆନଙ୍କ ବିରୋଧରେ କିଛି କହିନାହିଁ । କାହିଁକି ସେମାନଙ୍କର ରାଗ ଜାଣିନାହିଁ । ଜିଲ୍ଲା ବିକାଶ କଥା କହିବାରୁ ମୋତେ ନିଲମ୍ବନ କରିଛନ୍ତି । ବିଜେଡିରୁ ବାହାରି ମୁଁ ଦୁଃଖୀ ନାହିଁ କି ସୁଖୀ ନାହିଁ । ନିଲମ୍ବନ ନ୍ୟାୟ କି ଅନ୍ୟାୟ ମୁଁ ଜାଣିନି । ମୁଁ ଲୋକଙ୍କ ପାଇଁ କାମ କରିବି । ମୁଖ୍ୟମନ୍ତ୍ରୀ ହେଲେ ମୋ ସାନ ଭାଇ । ଜିଲ୍ଲାର ବିକାଶ ପାଇଁ ମୁଁ ତାଙ୍କ ସହିତ କଥା ହେବିନି । ମୁଁ ବିଜେଡିକୁ ଫେରିବା ଆଶା ନାହିଁ ବୋଲି କହିଲେ ସନାତନ ମହାକୁଡ଼ ।ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୧୫ ତାରିଖରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା । ଦଳ ସଭାପତି ନବୀନ ପଟ୍ଟନାୟକ ସନାତନ ମହାକୁଡ଼ଙ୍କୁ ସସ୍ପେଣ୍ଡ କରିଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ସନାତନ ମହାକୁଡ଼ଙ୍କ ସହ ଅରବିନ୍ଦ ମହାପାତ୍ରଙ୍କୁ ସସ୍ପେଣ୍ଡ କରାଯାଇଥିଲା । ଯାହାକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିଲା । ସନାତନ ମହାକୁଡ଼ଙ୍କୁ ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ଜାନୁଆରୀ ୧୩ରେ କେନ୍ଦୁଝର ଗସ୍ତ ସମୟରେ ଏକ ସରକାରୀ କାର୍ଯ୍ୟକ୍ରମରେ ସନାତନ ମହାକୁଡ଼ଙ୍କୁ ଦେଖିବାକୁ ମିଳିଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚମ୍ପୁଆ ବିଧାୟକ ଢେର ପ୍ରଶଂସା କରିଥିଲେ । ବୋଧହୁଏ ସନାଙ୍କ ଏମିତି ଗତିବିଧିକୁ ନେଇ ବିଜେଡି ସୁପ୍ରିମୋ ଅସନ୍ତୋଷ ଥିଲେ । ଏହି କାରଣ ପାଇଁ ତାଙ୍କୁ ଦଳରୁ ସସ୍ପେଣ୍ଡ କରାଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହୋଇ।
Trending
- ଭୋଟ ଦେଉଛି ଆସାମ, କେରଳ ଓ ପୁଡୁଚେରୀ,ବିଜେପି ନେତୃତ୍ୱାଧୀନ ମେଣ୍ଟ ଏବଂ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ ଟକ୍କର
- ବରିଷ୍ଠ କଂଗ୍ରେସ ନେତ୍ରୀ ମୋହସିନା କିଦୱାଇଙ୍କର ପରଲୋକ
- ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଲେ ଆଇନ ମନ୍ତ୍ରୀ
- ରାଜ୍ୟର ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଏଲପିଜି ଗ୍ୟାସ ,କେବଳ କମ୍ପାନୀ ପ୍ରଦତ୍ତ ସିଲିଣ୍ତରରେ ରିଫିଲିଂ ହେବ- ଯୋଗାଣ ମନ୍ତ୍ରୀ କୃଷ୍ଣଚଦ୍ର ପାତ୍ର।
- ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀପତ୍ର ଦାଖଲ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
- ନନ୍ଦନକାନନକୁ ୪ ଦିନିଆ ଗ୍ରସ୍ତରେ ଆସି ପହଞ୍ଚିଛନ୍ତି କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଦୁଇ ଜଣିଆ ଦଳ,ବିଭିନ୍ନ ଦିଗ ଉପରେ କରିବେ ଅନୁଧ୍ୟାନ
- ଓଡ଼ିଶାରେ ଉତ୍ପାଦନ ହେବ ୧୦୦ ମିଲିୟନ ଟନ ଇସ୍ପାତ
- ରକେଟ୍ ଆକ୍ରମଣରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟଣାରେ ମଣିପୁର ଅଶାନ୍ତ, ୫ ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ
- ଦିଲ୍ଲୀ ବିଧାନସଭା ସୁରକ୍ଷାରେ ବଡ଼ ତ୍ରୁଟି , ଗେଟ ଭାଙ୍ଗି ବିଧାନସଭା ଭିତରକୁ ପଶିଲା କାର୍,ସିସିଟିଭି ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି ପୋଲିସ
- ଆସନ୍ତା ୭ ଏବଂ ୮ରେ ଦିଲ୍ଲୀ ଆସିବେ ବାଂଲାଦେଶର ନୂତନ ବୈଦେଶିକ ମନ୍ତ୍ରୀ ଖଲିଲୁର ରହମାନ