ଫେବ୍ରୁଆରୀ ୧୫ରୁ କଟକ ଜିଲ୍ଲାରେ ଜନଗଣନା
ଫେବ୍ରୁଆରୀ ୧୫ରୁ କଟକ ଜିଲ୍ଲାରେ ଜନଗଣନା । ଏପ୍ରିଲ ସୁଦ୍ଧା ଘର ଗଣନା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ । ଘର ଗଣନା ପରେ ଆରମ୍ଭ ହେବ ଜନଗଣନା । ଡିଜିଟାଲ ପ୍ରକ୍ରିୟାରେ ହେବ ଜନଗଣନା କାର୍ଯ୍ୟ । ଏନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ ସୂଚନା ଦେଇଛି । ତେବେ ଏଥର ଜନଗଣନା କାର୍ଯ୍ୟକୁ ସଂପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟାରେ କରାଯିବା ବୋଲି ସୂଚନା ମିଳିଛି ।
ସୂଚନାଥାଉକି, ଏଥର ଗଣନା ସମୟରେ ଘର ମୁରବୀମାନଙ୍କ ଠାରୁ ୩୩ ପ୍ରଶ୍ନର ଉତ୍ତର ତଥ୍ୟ ଗଣନା ଅଧିକାରୀମାନେ ସଂଗ୍ରହ କରିବେ । ସଂଗ୍ରହ ତଥ୍ୟ ମଧ୍ୟରେ ଘର ସଂଖ୍ୟା, ଗୃହ, କାନ୍ଥର ନିର୍ମାଣ କେଉଁ ସାମଗ୍ରୀ ହୋଇଛି, ବ୍ୟବହୃତ କୋଠାରୀ, ଜାତି, ଲିଙ୍ଗ, ପରିବାର ସଦସ୍ୟ, ରହୁଥିବା ଦମ୍ପତି ତଥ୍ୟ ସଂଗ୍ରହ ହେବ ।ସେହିପରି ରେଡିଓ, ଲାପଟପ୍, ସାଇକେଲ ସ୍କୁଟର, ବାଇକ, ଚାରିଚକିଆ, ଟେଲିଫୋନ, ମୋବାଇଲ, ସ୍ମାର୍ଟ ଫୋନ ବ୍ୟବହାର ତଥ୍ୟ ସଂଗ୍ରହ କରାଯିବ । ଏହା ବ୍ୟତିତ ଶୌଚାଳୟ ଓ ରୋଷେଇ ଘରେ ଗ୍ୟାସ ସଂଯୋଗ ଅଛି ନା’ ନାହିଁ, ପାନୀୟ ଜଳ ଓ ବିଦ୍ୟୁତ ଶକ୍ତି ଉତ୍ସ ଏବଂ ଜଳନିଷ୍କାସନ ଭଳି ତଥ୍ୟ ସଂଗ୍ରହ କରାଯିବ ।