ମୋଦିଙ୍କ ଆଗମନ ପାଇଁ ହାଇଆଲର୍ଟରେ ରହିଛି ରାଜଧାନୀ ଭୁବନେଶ୍ବର

ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଆଗମନ ପାଇଁ ହାଇଆଲର୍ଟରେ ରହିଛି ରାଜଧାନୀ ଭୁବନେଶ୍ବର । ବିମାନବନ୍ଦର ଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 60 ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ଓ 400 ରୁ ଅଧିକ ଅଫିସରଙ୍କୁ ମୁତୟନ କରାଯାଇଛି ।

ସିସିଟିଭି ନଜରରେ ରହିଛି ପୁରା ରାଜଧାନୀ । ହୋଟେଲମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ବିମାନ ବନ୍ଦରରୁ ଜନତା ମୈଦାନ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଟ୍ରାଫିକ କଟକଣା ମଧ୍ୟ ରହିବ । ରାସ୍ତାର ଉଭୟ ପାର୍ଶ୍ବକୁ ବ୍ଳକିଂ କରାଯିବ । ପ୍ରଧାନମନ୍ତ୍ରୀଙ୍କ ରୁଟ ଲାଇନକୁ ନୋ ଫ୍ଲାଇଂ ଜୋନ ଘୋଷଣା କରିଛି କମିସନରେଟ ପୋଲିସ । ବ୍ଲୁ ବୁକ ଗାଇଡ଼ ଲାଇନ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।